30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଶ୍ରାଦ୍ଧକର୍ମ ବେଳେ ଗଙ୍ଗା ନଦୀରେ ବୁଡ଼ିଗଲେ ପରିବାରର ୫ ସଦସ୍ୟ

ଶ୍ରାଦ୍ଧକର୍ମ ବେଳେ ଗଙ୍ଗା ନଦୀରେ ବୁଡ଼ିଗଲେ ପରିବାରର ୫ ସଦସ୍ୟ

ପାଟନା: ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜର ଅବଜୁଗଞ୍ଜ ଗଙ୍ଗା ଘାଟରେ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗଙ୍ଗା ସ୍ନାନ ସମୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏସ୍‌ଡିଆରଏଫ ଟିମ୍ ତରଫରୁ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏ ପର୍ଯ୍ୟନ୍ତ ୩ ମୃତଦେହକୁ ଉଦ୍ଧାର କରାଯାଇଛି ।

ଘଟଣାସ୍ଥଳରେ ସ୍ଥାନୀୟ ବିଡିଓ, ସିଓଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟଙ୍କୁ ଖୋଜାଖୋଜି ଜାରି ରହିଛି । ବିଡିଓଙ୍କ କହିବା ମୁତାବକ, ଏକ ଶ୍ରାଦ୍ଧକର୍ମ ପାଇଁ ପରିବାରର ୧୫ ଜଣ ସଦସ୍ୟ ଗଙ୍ଗା ସ୍ନାନ କରିବାକୁ ଯାଇଥିଲେ । ଗଙ୍ଗା ନଦୀରେ ପ୍ରବଳ ଜଳ ପ୍ରବାହ ହେତୁ ଲଲିତା ଦେବୀ ନାମ୍ନୀ ମହିଳା ପ୍ରଥମେ ବୁଡ଼ି ଯାଇଥିଲେ, ତାଙ୍କୁ ବଞ୍ଚାଇବାକୁ ଯାଇ ପରିବାରର ବାକି ସଦସ୍ୟ ଜଣଙ୍କ ପରେ ଜଣେ ପ୍ରଖର ସ୍ରୋତ ମୁହଁରେ ପଡ଼ି ଯାଇଥିଲେ । ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ବିଡିଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking