40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶପୁଣି ଥରେ ରାଜନୈତିକ ସଙ୍କଟରେ ଇସ୍ରାଏଲ, ୪ ବର୍ଷରେ ଷଷ୍ଠ ଥର ପାଇଁ ହେବ ନିର୍ବାଚନ

ପୁଣି ଥରେ ରାଜନୈତିକ ସଙ୍କଟରେ ଇସ୍ରାଏଲ, ୪ ବର୍ଷରେ ଷଷ୍ଠ ଥର ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ : ମଧ୍ୟ ପୂର୍ବରେ ଥିବା ବିଶ୍ୱର ଏକମାତ୍ର ଯିହୁଦୀ ଦେଶ ଇସ୍ରାଏଲ ରେ ପୁଣି ଥରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଗତ ସୋମବାର ନେଫତାଲି ବେନିଟ ଙ୍କ ନେତୃତ୍ୱ ରେ ଗଢିଉଠିଥିବା ଗଠବନ୍ଧନ ସରକାର ରେ ଫାଟ ସୃଷ୍ଟି ହେବା ଯୋଗୁଁ ଦୁଇଟି ଦଳ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଏବେ ଇସ୍ରାଏଲରେ କାର୍ଯ୍ୟନିର୍ବାହୀ ସରକାର ରହିଥିବା ବେଳେ ଅକ୍ଟୋବର ରେ ପୁଣି ଥରେ ନିର୍ବାଚନ ହେବ । ରିପୋର୍ଟ ଅନୁଯାୟୀ, ଗତ ନିର୍ବାଚନ ପରେ ନେଫତାଲି ବେନିଟ୍ ଏବଂ ବୈଦେଶିକ ମନ୍ତ୍ରୀ ୟଙ୍କୟର ଲାପିଡ ଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା ଯେ ଉଭୟ ମିଳିତ ଭାବେ ପ୍ରଧାନମନ୍ତ୍ରୀ ପଦବୀରେ ରହିବେ । ଏହି ଚୁକ୍ତି ପରେ ମିଳିତ ଭାବେ ଦୁହେଁ ସରକାର ଗଠନ କଲେ । ଇସ୍ରାଏଲର ଆରବ ପାର୍ଟି ମଧ୍ୟ ଏହି ମିଳିତ ମଂଚରେ ଯୋଗ ଦେଇଥିଲା । ଚୁକ୍ତିନାମା ଅନୁଯାୟୀ ନେଫତାଲି ବେନିଚ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୟଙ୍କୟର ଲାପିଡ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତିନି ଦଳର ଏହି ଗଠବନ୍ଧନ ସଂଖ୍ୟାଗରିଷ୍ଠତା ଠାରୁ ମାତ୍ର ଗୋଟିଏ ପଏଂଟ ଆଗରେ ଥିଲା । ଏଭଳି ପରିସ୍ଥିତିରେ ଦୀର୍ଘ ଦିନ ଧରି ଆଶା କରାଯାଉଥିଲା ଯେ ଏହି ମେଣ୍ଟ ଶୀଘ୍ର ଭାଙ୍ଗି ଯିବ । ତିନିଦଳ ମଧ୍ୟରେ ବଢୁଥିବା ମତଭେଦ ଏହି ଆଶଙ୍କାକୁ ଆହୁରି ବଢାଇଥିଲା । ଗତ ସୋମବାର ଦିନ ତାହା ହିଁ ଘଟିଲା ଲୋକମାନେ ଯାହା ଆଶଙ୍କା କରୁଥିଲେ । ପିଏମ ନେଫତାଲି ବେନିଟ ଏବଂ ବିଦେଶ ମନ୍ତ୍ରୀ ୟଙ୍କୟର ଲାପିଡ ମିଶିକରି ଗଠବନ୍ଧନ ଭାଙ୍ଗିବାର ଘୋଷଣା କରିଥିଲେ । ଏହା ପରେ ଅକ୍ଟୋବରରେ ନୂତନ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଚୁକ୍ତିନାମା ଅନୁଯାୟୀ ନେଫତାଲି ବେନେଟ ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ୟାୟର ଲାପିଡ ନୂତନ ପ୍ରଧାନମନ୍ତ୍ରୀ ହେବେ। ତାଙ୍କ ନେତୃତ୍ୱରେ ଇସ୍ରାଏଲରେ ନୂତନ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଶ୍ୱାସ କରାଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking