30.1 C
Bhubaneswar
Wednesday, April 24, 2024
Homeଅପରାଧଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାବା ଗିରଫ

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାବା ଗିରଫ

ନୁଆଦିଲ୍ଲୀ : ହାଇଦ୍ରାବାଦରେ ଜଣେ ଆତ୍ମଘୋଷିତ ବାବାଙ୍କୁ ୧୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଗିରଫ କରିଛି ପୋଲିସ । ବାବାଙ୍କ ନାମ ଆଜମ ବୋଲି ସୂଚନା ମିଳିଛି । ଶନିବାର ସନ୍ଧ୍ଯାରେ ତାଙ୍କୁ ଗିରଫ କରାଯାଇଛି । କିଛି ମାସ ପୂର୍ବରୁ ବିହାର ସୁପୌଲରେ ଜଣେ ବାବାଙ୍କୁ ଗିରଫ କରାଯାଇଥିଲା । ଏକାଥରେ ୨ ଭଉଣୀଙ୍କ ସହ ଅନେକ ଦିନରୁ ଦୁଷ୍କର୍ମ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି ।ଘଟଣାଟି ସୁପୌଲର ମରୌନା ଥାନା ଅଞ୍ଚଳର । ଅଭିଯୁକ୍ତ ବାବା ପଞ୍ଚବେଟା ଗାଁର ଅଧିବାସୀ । ଭାରତ ଓ ନେପାଳରେ ତାର ଆଶ୍ରମ ରହିଥିବା ସୂଚନା ମିଳୁଛି । ସୁପୌଲର ପୋଲିସ ଅଧିକ୍ଷକ ମୃତ୍ଯୁଞ୍ଜୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି ଯେ ତା ବିରୁଦ୍ଧରେ ମଧୁବନୀ ଜିଲ୍ଲାର ୨ ଭଉଣୀ ସୁପୌଲ ମହିଳା ଥାନାରେ ଆସି ଅଭିଯୋଗ କରିଥିଲେ ଯେ ସେ ଅନେକ ଦିନ ଧରି ଉଭୟଙ୍କ ସହିତ ଶାରୀରିକ ସମ୍ପର୍କ ରଖିଆସୁଛି । ତାଙ୍କୁ ଯୌନ ଶୋଷଣ କରିଥିବା ୨ ଭଉଣୀ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking