39.1 C
Bhubaneswar
Tuesday, April 23, 2024
Homeଅପରାଧଦୁଷ୍କର୍ମ ଭିଡିଓ ପଠାଇ ମହିଳା ନେତ୍ରୀଙ୍କୁ କରାଯାଉଥିଲା ବ୍ଲାକମେଲ ଆଉ ତାପରେ...

ଦୁଷ୍କର୍ମ ଭିଡିଓ ପଠାଇ ମହିଳା ନେତ୍ରୀଙ୍କୁ କରାଯାଉଥିଲା ବ୍ଲାକମେଲ ଆଉ ତାପରେ…

ନୂଆଦିଲ୍ଲୀ: ଦଳର ଜଣେ ମହିଳା ସହଯୋଗୀଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗରେ ପୋଲିସି ଝାଡଖଣ୍ଡର ବିଜେପି ଯୁବମୋର୍ଚ୍ଚାର ଜଣେ ନେତାଙ୍କୁ ଗିରଫ କରିଛି।  ସଢେଇକଳାର ଆଦିତ୍ୟପୁରରେ ଏହି ଘଟଣାଟି ଘଟିଥିବା ବେଳେ ବିଜେପିର  ଯୁବନେତା ଅମିତ ସିହ୍ନା ଦଳର ଜଣେ ନେତ୍ରୀଙ୍କୁ ତାଙ୍କର ଦୁଷ୍କର୍ମ ଭିଡିଓ ପଠାଇ ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହି ମାମଲାରେ ସମ୍ପର୍କରେ ପୀଡିତା ଜଣକ ଆଦିତ୍ୟପୁର ଥାନାରେ ମାମଲା ରୁଜୁ କରିଛନ୍ତି।ପୀଡିତାଙ୍କ ଅଭିଯୋଗ ଅନୁସାରେ, ଯୁବନେତା ଜଣକ ପ୍ରଥମେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ଓ   ଏବେ ଭିଡିଓ ଜରିଆରେ ତାଙ୍କୁ ବ୍ଲାକମେଲ କରୁଥିଲେ। ଦୁଷ୍କର୍ମ କରିବା ବେଳେ ଭିଡିଓ ତିଆରି କରିନେଇଥିଲେ। ପୀଡିତାଙ୍କ କହିବା ଅନୁସାରେ ଅଭିଯୁକ୍ତ ଜଣକ ସରକାର ଓ ସଂଗଠନ ବଳରେ ପୋଲିସଠାରୁ ଛାଡ ପାଇଯିବ ବୋଲି ଧମକ ଦେଉଛି।

ଆଦିତ୍ୟପୁର ଥାନା ଅଧିକାରୀ କହିଛନ୍ତି, ମହିଳା ନେତ୍ରୀଙ୍କ ସହିତ ବଳପୂର୍ବକ ଅବୈଧ ସମ୍ପର୍କ ତିଆରି କରି ଭିଡିଓ କରାଯାଇଥିଲା। ଏବେ ଏହାକୁ ଭାଇରାଲ କରାଯାଉଛି। ଭିଡିଓ ଜରିଆରେ ପୀଡିତାଙ୍କୁ ଗତ କିଛି ମାସ ହେବ ବ୍ଲାକମେଲ କରାଯାଉଛି। ପୀଡିତାଙ୍କ ଅଭିଯୋଗରେ ପୋଳିସ ଅଭିଯୁକ୍ତକୁ ଥାନାକୁ ଡକାଇ ଗିରଫ କରିଛି। ମାମଲାର ତଦନ୍ତ ଆଗକୁ ଜାରି ରହିଛି।ଏହା ମଧ୍ୟରେ ଅଭିଯୁକ୍ତ ନେତାଙ୍କ ମା’ ଏବେ ଆଉ ଏକ ଭିଡିଓ ସାର୍ବଜନୀକ କରିଛନ୍ତି। ଯେଉଁଥିରେ ପୀଡିତା ଜଣକ ନିଜେ ଭିଡିଓ କଲ୍ କରି ଅଶ୍ଲୀଳ କଥା ହେଉଥିବାର ଦେଖିବାକୁ ମିଳୁଛି। ଯୁବନେତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ସ୍ବାମୀ ଆଗରେ ମହିଳା ନେତ୍ରୀ ଜଣଙ୍କର ପର୍ଦାଫାଶ ହୋଇଯିବା ପରେ ଏବେ ଦୁଷ୍କର୍ମର ଅଭିଯୋଗ ଲଗାଇଛନ୍ତି। ଅନ୍ୟପକ୍ଷେ ପୀଡିତା ଏବଂ ତାଙ୍କର ସ୍ବାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking