31.1 C
Bhubaneswar
Wednesday, May 8, 2024
Homeଓଡିଶା🌹☘️🙏🏻" ଆଜିର ଅନୁଚିନ୍ତା "🙏🏻☘️🌹

🌹☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹

➡️”ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧିକ ପସନ୍ଦ କରିଥାଏ , କିନ୍ତୁ କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ କାହିଁକିନା ଭାବପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡାକି ଆଣିଥାଏ !!”

➡️”ଏମିତି ସମସ୍ତେ ମୁହଁରେ ଖାଲି ନିଜର ନିଜର କହିବେ , ପ୍ରକୃତରେ କିଏ ନିଜର ତାହା ତ କେବଳ ସମୟ ହିଁ କହିବ !!”

➡️”ଏକ ନୂଆ ସକାଳ ସବୁବେଳେ ନୂଆ ଭାବନା ଏବଂ ଉତ୍ସାହ ସହିତ ଆସିଥାଏ . ତାକୁ ସ୍ବାଗତ କରି ନୂତନତା ର ସହିତ କାମ କରିବା ଉଚିତ !!”

➡️”ପ୍ରକୃତରେ ବିଧୂର ବିଧାନରେ ସବୁକିଛି ଅଜବ , କାହିଁକିନା ଏଠି ଆବଶ୍ୟକତା ଟା ହିଁ ଅଭାବରେ ପରିଣତ ହୋଇଯାଉଛି !!”

➡️”ଦୁନିଆରେ ହାରିବା ବୋଲି କିଛି ନାହିଁ ହୁଏତ ଜିତିବ , ନହେଲେ କିଛି ଶିଖିବ . ଖାଲି ଅଭିଜ୍ଞତାଟା ହିଁ ଯଥେଷ୍ଟ !!”

➡️” ଭୁଲ୍ ” ଯେଉଁମାନେ ରାଗରେ ଭୁଲ୍ କରନ୍ତି ସେମାନେ ବଦଳି ଯାଆନ୍ତି . ଆଉ ଯେଉଁମାନେ ଆତ୍ମଗର୍ବରେ ଭୁଲ୍ କରନ୍ତି ସେମାନେ ଆଦୌ ବଦଳନ୍ତି ନାହିଁ !!”

ଅଦ୍ଯ ବୃଷ ଦି୧ନ,ଚତୁର୍ଦ୍ଦଶୀ ଦ୧୯।୮ଦିଘ୧୨।୫୪,ସ୍ବାତୀ ଦ୨୭।୨୯ ଦିଘ୪।୧୫,ତୁଳା ଚନ୍ଦ୍ର ଦ୬୦ ନିଶାନ୍ତ.
🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମେଷ ଦ୪/୧୭/୪୦ ଇଂଘ ୫/୧୪/୩୬ ଗତେ ଉଦୟ
ବିଛା ଦ୦/୦୪/୩୦ ଇଂଘ ୬/୧୦/୧୯ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ପଶ୍ଚିମେ । ଦିବା ଘ୧୨।୫୪ ଗତେ ବାୟବ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୪।୧୫ ଗତେ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆଦ୍ରା ପୁଷ୍ୟା ପୂର୍ବାଫାଃ ହସ୍ତା ସ୍ୱାତୀ ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ମେଷ ରାଶିର ଘାତବାର । ଦିବା ଘ୧୦।୫ ଗତେ ଘ୧।୧୯ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୫ ଗତେ ଘ ୨।୨୮ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଦିବା ଘ୪।୧୫ ଗତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ଚତୁର୍ଦ୍ଦଶୀ ଓ ପୂର୍ଣିମାର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ । ମାଷ (ବିରି) ଦିବା ଘ୧୨।୫୪ ଗତେ ସ୍ତ୍ରୀ ତୈଳ ବର୍ଜନ । ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ । ଅଦ୍ୟ ପୂର୍ଣିମାର ଚନ୍ଦ୍ର ପୂଜା, ଉପବାସ ଓ ବ୍ରତ । ଅଦ୍ୟ ବୃଷ ସଂକ୍ରାନ୍ତି କୃତ୍ୟ । ଅଦ୍ୟ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ମଧ୍ୟେ ସଂକ୍ରାନ୍ତି ର ପୂଣ୍ୟକାଳ। ଦେଶର ମଙ୍ଗଳ କାମନାର୍ଥ ଗ୍ରହବିପ୍ରଙ୍କ ଦ୍ୱାରା ଗ୍ରହ ପୂଜା ହୋମାଦି କରଣୀୟ । ହଳ ନିଷେଧ ।
🌺🌺🌺🌺🌺🌺🌺🌺🌺🌺
(ଅମୃତ)-ଦିବା ଘ୬।୫୦ ଗତେ ଘ୯।୧୪ ମଧ୍ୟେ ଘ୧୧।୩୮ ଗତେ ଘ ୨।୨ ମଧ୍ୟେ ରାତ୍ରି ଘ୭।୪୭ ମଧ୍ୟେ ଘ ୧୧।୦ ଗତେ ଘ୧।୨୪ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୩।୩୮ ଗତେ ଘ୪।୨୬ ମଧ୍ୟେ ।
🌺🌺🌺🌺🌺🌺🌺🌺🌺*
🌺🌺🌺🌺🌺🌺🌺🌺🌺🌺

🌹ମେଷ: ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।

🌹ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।

🌹ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।

🌹କର୍କଟ: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।

🌹ସିଂହ:କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।

🌹କନ୍ୟା: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।

🌹ତୁଳା: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।

🌹ବିଛା: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।

🌹ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।

🌹ମକର: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।

🌹କୁମ୍ଭ: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।

🌹ମୀନ: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking