ଚେନ୍ନାଇ : ତାମିଲନାଡୁର ପରଲୋକଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳାଙ୍କ ବିରୋଧରେ ଏତଲା ଦାଏର କରାଯାଇଛି । ପୂର୍ବତନ ଆଇନମନ୍ତ୍ରୀ ତଥା ଏଆଇଏଡିଏମ୍କେ ନେତା ସି.ଭି.ସନ୍ମୁଗମଙ୍କୁ ହତ୍ୟାଧମକ ଦେଇଥିବାରୁ ଭିଲ୍ଲୁପୁରମ ଜିଲ୍ଲାର ଏକ ଥାନାରେ ଏତଲା ଦାଏର କରାଯାଇଛି । ପୁଲିସ ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଧାରା ଅନୁଯାୟୀ ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଶଶିକଳାଙ୍କ ତରଫରୁ ସନ୍ମୁଗମଙ୍କ ନିକଟକୁ ୫୦୦ ଧମକପୂର୍ଣ୍ଣ ଫୋନ୍କଲ ଆସିଥିଲା ବୋଲି ତାମିଲନାଡୁ ଡିସିପି ଭି.ଗଣେଶନ ସୂଚନା ଦେଇଛନ୍ତି ।