16.1 C
Bhubaneswar
Friday, January 28, 2022
Homeଦେଶ ବିଦେଶଆଜିଠୁ କୋୱିନ୍ ଜରିଆରେ ଘରୋଇ ହସ୍ପିଟାଲକୁ ଟିକା

ଆଜିଠୁ କୋୱିନ୍ ଜରିଆରେ ଘରୋଇ ହସ୍ପିଟାଲକୁ ଟିକା

ନୂଆଦିଲ୍ଲୀ : ଆଜି ଠାରୁ କୋୱିନ୍ ଆପ୍ ଜରିଆରେ ଘରୋଇ ହସ୍ପିଟାଲଗୁଡିକୁ କୋଭିଡ୍ ଟିକା ମିଳିବ ବୋଲି ଜଣାପଡିଛି । ଏଥିପାଇଁ କୋୱିନ୍ ଆପ୍‌ରେ ସ୍ୱତନ୍ତ୍ର ସ୍ଲଟ୍ ରହିବ । ନ୍ୟାସନାଲ ହେଲଥ୍ ଅଥରିଟୀ ପୋର୍ଟାଲ ଜରିଆରେ ସେମାନେ ଏହାର ମୂଲ୍ୟ ପୈଠ କରିବେ ବୋଲି କୁହାଯାଇଛି । ଏଣିକି ଘରୋଇ ହସ୍ପିଟାଲଗୁଡିକ ନିର୍ମାତା କମ୍ପାନୀଙ୍କ ନିକଟରୁ ସିଧାସଳଖ କୋଭିଡ୍ ଟିକା କିଣିପାରିବେ ନାହିଁ ବୋଲି କୁହାଯାଇଛି । କୋଭିଡ୍ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ କୋୱିନ୍ ଆପ୍ ପ୍ରସ୍ତୁତ କରାଯାଇଛି । ଏହା ଏକ ସ୍ୱଚ୍ଛ ଓ ସହଜ ପ୍ରଣାଳୀ ହୋଇଥିବାରୁ ଘରୋଇ ହସ୍ପିଟାଲଗୁଡିକୁ ଟିକା ସଂଗ୍ରହ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତ୍ତମାନ ଦେଶରେ ପ୍ରସ୍ତୁତ ହେଉଥିବା ଟିକାର ୭୫ ପ୍ରତିଶତ ସରକାରଙ୍କ ହେପାଜତକୁ ଯାଉଥିବାବେଳେ ଅବଶିଷ୍ଟ ୨୫ ପ୍ରତିଶତ ଘରୋଇ ହସ୍ପିଟାଲଗୁଡିକୁ ବିକ୍ରି କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking