30.1 C
Bhubaneswar
Wednesday, May 1, 2024
Homeଓଡିଶା୧୮ ରୁ ୪୪ ବର୍ଷଙ୍କ ପାଇଁ ଆସିଲା ଟିକା, କାଲି ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ

୧୮ ରୁ ୪୪ ବର୍ଷଙ୍କ ପାଇଁ ଆସିଲା ଟିକା, କାଲି ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ

ଭୁବନେଶ୍ୱର : ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବର୍ଗଙ୍କ ଲାଗି ମୋଟ ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ଅର୍ଡର କରିଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୧.୫ ଲକ୍ଷ ଡୋଜ୍ ଟିକା ପଠାଇଛି ଭାରତ ବାୟୋଟେକ୍ । ଇଣ୍ଡିଗୋର ସ୍ୱତନ୍ତ୍ର ବିମାନରେ ରାତ୍ର ୯ ଘଟିକାରେ ଏହି ପ୍ରଥମ ପର୍ଯ୍ୟାୟ କୋଭାକ୍ସିନ୍ ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଜଣାଇଛି ଯେ,  ଏହି ଟିକା କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବ୍ୟବହାର ହେବ । ଏଥିପାଇଁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ୩ ମେ’ ସୋମବାରରୁ ଖୋଲାଯିବ ଏବଂ ତା’ପରେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ । ତେବେ ଆସନ୍ତାକାଲି  ଟିକାକରଣ ଆରମ୍ଭ ହେବାନେଇ ପୂର୍ବରୁ ସ୍ଥିର ହୋଇଥିବା ବେଳେ ସଟ୍‌ଡାଉନ କାରଣରୁ ଏହା କରାଇବା ସମ୍ଭବପର ନୁହେଁ । ଏଣୁ କେବଳ କିଛି ହିତାଧିକାରୀଙ୍କୁ ଆସନ୍ତାକାଲି ପରୀକ୍ଷାମୂଳକ ଭାବେ ଟିକା ପ୍ରଦାନ କରାଯାଇ ସାଙ୍କେତିକ ଭାବେ ୧୮ ରୁ ୪୪ ବର୍ଷ ବର୍ଗର ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ ।

ଏହି ଟିକା ୧୮-୪୪ ବର୍ଷ ବୟସ ବର୍ଗରେ କେବଳ ଭୁବନେଶ୍ୱର ବିଏମସି ଅଞ୍ଚଳରେ ଦିଆଯିବ । ଆସନ୍ତା କାଲି ସାଂକେତିକ ଭାବେ ଅଳ୍ପ କିଛି ଲୋକଙ୍କୁ ଟିକା ଦିଆଯାଇ ୩ୟ ପର୍ଯ୍ୟାୟ ଟିକାକରଣର ଆରମ୍ଭ କରାଯିବ । କିନ୍ତୁ ସୋମବାରଠାରୁ ପଞ୍ଜୀକରଣ କରିଥିବା ସାଧାରଣ ଲୋକମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ।

ଆଜି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ଓଡ଼ିଶାରେ ୩ୟ ପର୍ଯ୍ୟାୟରେ ୧.୯୨ କୋଟି ଲୋକ ଟିକା ନେବେ ।  ଟିକା ପାଇଁ ଦୁଇ କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଅର୍ଡର ଦିଆଯାଇଛି । ଏହି ଦୁଇ କମ୍ପାନି ଟିକା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତା ପୂର୍ବରୁ ସମସ୍ତେ ପଞ୍ଜୀକରଣ କରନ୍ତୁ । ଟିକା ପହଞ୍ଚିବା ପରେ ଟିକାକରଣ ସମ୍ପର୍କରେ ଜଣାଇଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking