27.8 C
Bhubaneswar
Friday, April 19, 2024
Homeଆଇପିଏଲ୍ -2022କୋହଲିଙ୍କୁ ହରାଇଲେ ରାହୁଲ୍‌

କୋହଲିଙ୍କୁ ହରାଇଲେ ରାହୁଲ୍‌

ଅହମ୍ମଦାବାଦ : ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣରେ ଶୁକ୍ରବାର ସଂସ୍କରଣର ୨୬ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍‌ସ ପ୍ରତିପକ୍ଷ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳୁଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି)କୁ ୩୪ ରନ୍‌ରେ ପରାସ୍ତ କରିଛି । ଏଥିସହ ପଞ୍ଜାବ ତା ‘ର ତୃତୀୟ ବିଜୟ ସହ ଷଷ୍ଠରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଆର୍‌ସିବି ତା ‘ର ଦ୍ୱିତୀୟ ପରାଜୟ ବରଣ କରି ତୃତୀୟ ସ୍ଥାନରେ ଦୃଢ଼ ରହିଛି । ପ୍ରଥମେ ବ୍ୟାଟିଂ ପାଇ କିଙ୍ଗ୍‌ସ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିବା ବେଳେ ଜବାବରେ ଆର୍‌ସିବି ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୮ ୱିକେଟ୍‌ରେ ୧୪୫ ରନ୍ କରିଥିଲା । କିଙ୍ଗ୍‌ସ ଅଧିନାୟକ ରାହୁଲ୍ ୫୭ ବଲ୍ ଖେଳି ୭ଟି ଚୌକା ଓ ୫ଟି ଛକା ଜରିଆରେ ଅପରାଜିତ ୯୧ ରନ୍‌ର ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକା ନେଇଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

କିଙ୍ଗ୍‌ସ ପକ୍ଷରୁ ରାହୁଲଙ୍କ ସହ ପ୍ରଭସିମରନ୍ ସିଂ ଇନିଂସ ଓପନ୍ କରିଥିଲେ । ତେବେ ସେ ୭ ରନ୍ କରି ଆଉଟ୍ ହେବା ପରେ ରାହୁଲ୍ ଓ ଗେଲ୍ ଦ୍ୱିତୀୟ ୱିକେଟ୍‌ରେ ୮୦ ରନ୍ ଯୋଡ଼ିଥିଲେ । ମାତ୍ର ୨୪ଟି ବଲ୍‌ରେ ୬ଟି ଚୌକା ଓ ୨ଟି ଛକା ଜରିଆରେ ୪୬ ରନ୍ କରିଥିବା ବେଳେ ଗେଲ୍ ଆଉଟ୍ ହୋଇଥିଲେ । ଏହାପରେ ନିକୋଲାସ୍ ପୂରନ୍ ଶୂନ, ଦୀପକ ହୁଡ୍ଡା ୫ ଓ ଶାହରୁଖ୍ ଖାନ୍ ଶୂନରେ ଆଉଟ୍ ହେବା ଫଳରେ ରାହୁଲ୍‌ଙ୍କ ଉପରେ ଚାପ ପଡ଼ିଥିଲା । କିନ୍ତୁ ରାହୁଲଙ୍କୁ ଉପଯୁକ୍ତ ସହଯୋଗ ଦେଇଥିଲେ ହରପ୍ରୀତ୍ ବ୍ରାର୍ । ସେ ୧୭ ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ସହ ୨୫ ରନ୍ କରିବା ସହ ରାହୁଲଙ୍କୁ ହାତଖୋଲା ଶଟ୍ ଖେଳିବାର ସୁଯୋଗ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ଅବିଭାଜିତ ୬୧ ରନ୍‌ର ଭାଗୀଦାରୀ ହୋଇଥିଲା । ଆରସିବି ପକ୍ଷରୁ କାଇଲ୍ ଜେମିସନ୍ ୨ଟି ଏବଂ ଡାନିଏଲ୍ ସାମ୍ସ, ୟୁଜବେନ୍ଦ୍ର ଚହଲ୍ ଓ ଶାହବାଜ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

୧୮୦ ରନ୍‌ର ଟାର୍ଗେଟ୍ ଚେଜ୍ କରୁଥିବା ଆର୍‌ସିବି ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକଲ୍‌ଙ୍କୁ ସଅଳ ହରାଇଥିଲା । ସେ ମାତ୍ର ୭ ରନ୍ କରିଥିଲେ । ଏହାପରେ ଅନ୍ୟତମ ଓପନର ତଥା ଅଧିନାୟକ କୋହଲି ଓ ରଜତ ପାଟୀଦାରଙ୍କ ମଧ୍ୟରେ ୪୩ ରନ୍‌ର ଭାଗୀଦାରୀ ହୋଇଥିଲା । କିନ୍ତୁ ୩୪ ବଲରେ ୩ଟି ଚୌକା ଓ ଗୋଟିଏ ଛକା ଲଗାଇ କୋହଲି ୩୫ ରନ୍‌ରେ ଆଉଟ୍ ହେବା ପରେ ଆର୍‌ସିବି ବ୍ୟାଟିଂ ଲାଇନ୍ ଧରାଶାୟୀ ହୋଇଥିଲା । ଗ୍ଲେନ୍ ମ୍ୟାକ୍ସୱେଲ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିବା ବେଳେ ଏବି ଡିଭିଲିୟର୍ସ ୩ ରନ୍‌ରେ ଆଉଟ୍ ହୋଇଥିଲେ । ପଞ୍ଚମ ୱିକେଟ୍ ଭାବେ ପାଟୀଦାର ୨ଟି ଚୌକା ଓ ଗୋଟିଏ ଛକା ସହ ୩୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଶେଷ ଭାଗରେ ହର୍ଷଲ୍ ପଟେଲ୍ ଓ ଜେମିସନ୍ ଅଷ୍ଟମ ୱିକେଟ୍‌ରେ ୪୮ ରନ୍ ଯୋଡ଼ିଥିଲେ ହେଁ ତାହା କେବଳ ପରାଜୟ ବ୍ୟବଧାନକୁ କମାଇପାରିଥିଲା । ପଟେଲ୍ ୩ଟି ଚୌକା ଓ ୨ଟି ଛକା ସହ ୩୧ ରନ୍ କରିଥିଲେ । ଏହାଛଡ଼ା ଜେମିସନ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୬ ରନ୍ କରି ଅପରାଜିତ ଥିଲେ । କିଙ୍ଗ୍‌ସ ପକ୍ଷରୁ ହରପ୍ରୀତ୍ ୩ଟି, ରବି ବିଷ୍ଣୋଇ ୨ଟି ଏବଂ ରିଲି ମେରେଡିଥ୍‌, ମହମ୍ମଦ ଶମୀ ଓ କ୍ରିସ୍ ଜୋର୍ଡାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking