26.1 C
Bhubaneswar
Tuesday, May 7, 2024
Homeଓଡିଶାବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମା’ପୁଅଙ୍କ ମୃତ୍ୟୁ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମା’ପୁଅଙ୍କ ମୃତ୍ୟୁ

ଯାଜପୁର: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମା’ପୁଅଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପଡୋଶୀଙ୍କ ଘରେ ଲାଗିଥିବା ନିଆଁ ଲିଭାଇବାକୁ ଚେଷ୍ଟା ବେଳେ ଏହି ଅଘଟଣ ଘଟିଛି। ମୃତକ ହେଲେ ଚାନ୍ଦ ବିବି (୪୨) ଓ ୱସିମ (୭)। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚାନ୍ଦ ବିବିଙ୍କ ଜଣେ ପଡୋଶୀଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ବିଦ୍ୟୁତ୍‌ ସର୍ଭିସ ତାର ଛିଣ୍ଡି ତଳେ ପଡ଼ିଥିଲା। ଏହି ସମୟରେ ମା’ପୁଅ ସର୍ଭିସ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଓ ବାଲିଚନ୍ଦ୍ରପୁର ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking