31.1 C
Bhubaneswar
Tuesday, May 7, 2024
Homeଓଡିଶାଦୂରଦିନରେ ଦୃଷ୍ଟିହୀନ କଳାକାର

ଦୂରଦିନରେ ଦୃଷ୍ଟିହୀନ କଳାକାର

ନୟାଗଡ : ଦୂରଦିନ ରେ ଦୃଷ୍ଟିହୀନ କଳାକାର, ବେସାହାରା ଥିବା ବେଳେ ନିଜେ ନିଜର ସାହାରା ହୋଇ ପ୍ରୟାସ ଜାରୀ ରଖି ଛନ୍ତି ସତ, କିନ୍ତୁ ନିଜେ ନଦେଖି ଲା ବେଳେ କରୋନା ଆଣିଦେଇଛି, ଆଖିରେ ଲୁହ, ନିଜ ହୃଦୟ ଭିତରେ ନିଜ ଦୁଃଖକୁ ବାନ୍ଧି ରଖିଛନ୍ତି, ଏ ପର୍ଯ୍ୟନ୍ତ କାହା ଆଗରେ ପ୍ରକାଶ କରିନାହାନ୍ତି, ସଂଗୀତ କଳା ମାଧ୍ୟମରେ ଚଳି ଆସୁଥିବା ବେଳେ ଏବେ ବନ୍ଧା ପଡିଛନ୍ତି ସମୟ ଚକରେ, କରୋନା ଆଣିଦେଇଛି ମନରେ ଦୁଃଖ, ସରକାର କରୋନା କଟକଣା ଯୋଗୁଁ ସାଂସ୍କୃତିକ କାର‌୍ୟ୍ୟକ୍ରମକୁ ବନ୍ଦ କରିଥିବା ବେଳେ ପେଟକୁ ଦାନା ନପାଇ ହନ୍ତସନ୍ତ ହେଉଛନ୍ତି, କରିବେ କଣ,ମନୋବଳ ଦୃଢ଼ କରି କାହାଉପରେ ନିର୍ଭର ନକରି ନିଜ ଖର୍ଚ୍ଚରେ ନିଜ ପେଟକୁ ଦାନା ପାଇଁ ପ୍ରାୟ ୧୦ରୁ ୨୦ଦୃଷ୍ଟି ହିନ ଭାଇ ଭଉଣି ମିଶିବଜାର ରେ ବିକ୍ରି କରିବା ପାଇଁ ଫିନାଇଲ ତିଆରି କରୁଛନ୍ତି, କିନ୍ତୁ ବଜାରରେ କରୋନା ଯୋଗୁଁ ବିକ୍ରି ହୋଇ ପାରୁନି, ଚଳିବା କଷ୍ଟକର, ହୋଇ ପଡୁଛି, ଓଳିଏ ଖାଇଲେ ଓଳିଏ ଉପାସ, ତଥାପି ହକ୍ଷ ରିନାହାନ୍ତି ମନୋବଳ ଦୃଢ଼ କରି ସଂଗୀତ କୁ ସମ୍ମାନ ଦେଇ ପୂର୍ବ ଭଳି ଅଭ୍ୟାସ ଜାରୀ ରଖିଛନ୍ତି, ପୂର୍ବରୁ ଛୋଟ ବଡ ମଞ୍ଚ ରେ ସଂଗୀତ ପରିବେଷଣ କରି ଗୁଜୁରାଣ ମେଂଟାଉ ଥିଲେ, ଏବେ କରୋନା ଯୋଗୁଁ ସବୁ ବନ୍ଦ, ଏ ଘଟଣା ବଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଶୁଣ୍ଢିଝୋଲା ଗ୍ରାମରେ ଓମ ଶ୍ରୀ ଦୃଷ୍ଟିହୀନ ଲୋକ ସଂଗୀତ ପରିଷଦ ଅନୁଷ୍ଠାନରେ, ପ୍ରାୟ ସାତ ବର୍ଷ ହେଲା ଗଠନ କରି ସଂଘର୍ଷ କରୁଛନ୍ତି, ଦୃଷ୍ଟିହୀନ ସତ, ଦୁଃଖ ନ କହିଲେ ନ ସରେ, କରୋନା ଯୋଗୁଁ ସବୁ ବନ୍ଦ ଥିବା ବେଳେ କରିବେ କଣ, ଏସବୁ ନେଇ ସରକାରଙ୍କ ପାଖରେ ମିନତୀ କରିଛନ୍ତି, ସେମାନଙ୍କ ପାଇଁ ସରକାର କିଛି ସହାୟତା ଯୋଗାଇ ଦେଲେ ସେମାନେ ଖୁସି ହୁଅନ୍ତେ, ବୋଲି ଅନୁଷ୍ଠାନ ତରଫରୁ ନିବେଦନ କରିଛନ୍ତି,

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking