26.1 C
Bhubaneswar
Friday, March 29, 2024
Homeଅପରାଧଦ୍ୱିତୀୟ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ଦ୍ୱିତୀୟ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

କୋରାପୁଟ : କୁକୁଡ଼ା କଟା କଟୁରୀରେ ଦ୍ୱିତୀୟ ସ୍ତ୍ରୀର ଗଳା କାଟିହତ୍ୟା କରିଛି ମଦ୍ୟପ ସ୍ୱାମୀ। କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉଡ଼ାପଦର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୋଲିସ୍ ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ଟାକ୍ରିଙ୍କୁ ଗିରଫ କରିଛି। କାର୍ତ୍ତିକଙ୍କର ଏକ ଚିକେନ ଦୋକାନ ରହିଛି।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ କାର୍ତ୍ତିକ ଘରକୁ ଫେରିଥିଲେ। ଏହାପରେ ଦ୍ୱିତୀୟ ପତ୍ନୀ ମିଲିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୁକୁଡ଼ା କାଟିବା କଟୁରୀରେ ସେ ପତ୍ନୀଙ୍କ ବେକ କାଟି ଦେଇଥିଲେ। ଖବର ପାଇ ସଦର ଥାନା ପୋଲିସ୍‌‌ ଘଟଣାସ୍ଥଳରେ ପହଞ୍ଚି କାର୍ତ୍ତିକଙ୍କୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking