26.1 C
Bhubaneswar
Friday, March 29, 2024
Homeଓଡିଶାନଦୀ ପଠାରୁ ବାଲି ଉତ୍ତୋଳନକୁ ଗ୍ରାମବାସୀ ଙ୍କ ବିରୋଧ

ନଦୀ ପଠାରୁ ବାଲି ଉତ୍ତୋଳନକୁ ଗ୍ରାମବାସୀ ଙ୍କ ବିରୋଧ

ରାୟଗଡା: ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ ଭାମିନି ଗ୍ରାମ ନିକଟସ୍ଥ ବଂଶଧାରା ନଦୀ ବାଲି ପଠାରୁ ନିଲାମଧାରୀ ମାତ୍ରାଧିକ ବାଲି ଉତ୍ତୋଳନ କରି ଆନ୍ଧ୍ରପ୍ରଦେଶକୁ ଚାଲାଣ କରୁଥିବା ଭାମିନି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାଲି ଶଯ୍ୟା ଅତ୍ୟଧିକ ଖନନ ଯୋଗୁଁ ଆଗମୀ ଦିନରେ ଗ୍ରାମ ବଂଶଧାରା ନଦୀରେ ବିଲୀନ ହେବା ସହ ଜୀବନ ଜୀବିକା ବିପନ୍ନ ହୋଇପଡିବା ଆଶଙ୍କା ରହିଛି । ଫଳରେ ଉକ୍ତ ଗ୍ରାମରେ ଗ୍ରାମବାସୀ ମାନେ ବାଲି ବୋଝେଇ ଟ୍ରାକ୍ଟର ଗୁଡିକୁ ଅଟକାଇ ରଖିଥିଲେ । ଆଜି ଗ୍ରାମବାସୀଙ୍କ ତରଫରୁ ସମସ୍ୟା ସମ୍ପର୍କରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେ ଗୁଣୁପୁର ଉପଜିଲ୍ଲାପାଳ ଓ ରମାନଗୁଡା ତହସିଲଦାର ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଲିଜଧାରୀ କେଉଁଠାରୁ କେତେ ପରିମାଣରେ ବାଲି ଉତ୍ତୋଳନ କରିପାରିବେ ତାହା ସଠିକ ଚିହ୍ନଟ କରିବାକୁ ତହସିଲଦାରଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking