ମୁମ୍ବାଇ : ଡ଼୍ରଗ୍ସ ମାମଲକୁ ନେଇ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରେଲ ବ୍ୟୁରୋ (ଏନ୍ସସିବି) ଏବେ ଜୋର ସୋରରେ କାମ ଚଲାଇଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଉଠିଥିବା ଡ଼୍ରଗ୍ସ ମାମଲାରେ ଏବେ ନୂଆ ନୂଆ ନାମ ଆସୁଥିବା ପ୍ରତ୍ୟେକ ସେଲିବ୍ରିଟି ମାନଙ୍କୁ ସମନ ଜାରି କରିବା ସହ ପଚରାଉଚରା କରିଛି । ସେହିପରି ଆଜି ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି । ଏନସିବିର କହିବା ଅନୂସାରେ ଏବେ ତାଙ୍କ ଡ଼୍ରାଇଭରକୁ ଗିରଫ କରାଯାଇଛି ଓ ବାକି ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ଏନସିବି ଅଜୁର୍ନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ପାଖରୁ ହସିଷ ଓ ଏଲ୍ପ୍ରୋଜୋଲନର୍ ଟାବଲେଟ୍ ଜବତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାଇ , ମୁମ୍ବାଇରେ ଶନିବାର ବିଳମ୍ବିତ ରାତିରେ ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିଥିଲା। ଫିରୋଜ୍ ନାଦିଆଦୱାଲାଙ୍କ ଘରେ ଚଢ଼ଉ ପରେ ଏନସିବି ୧୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏନସିବିର ଟିମ୍ ତାଙ୍କର ୩ଟି ମୋବାଇଲକୁ ଜବତ କରିଥିଲା। ଏହା ସହ କିଛି ମାତ୍ରରେ ଡ୍ରଗ୍ସ ମିଳିବାରୁ ଏନସିବି ଫିରୋଜ ନାଦିଆଦୱାଲାଙ୍କ ପତ୍ନୀ ଶବାନା ସଇଦଙ୍କୁ ଆଜି ଗିରଫ କରିଛି।