ଦୃଷ୍ଟି ଶକ୍ତି ବଢାଇବା ପାଇଁ କଣ କରିବେ

ଭୁବନେଶ୍ୱର: ଜଣେ ବ୍ୟକ୍ତି ପାଇଁ ଦୃଷ୍ଟି ଶକ୍ତି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଦୃଷ୍ଟି ଶକ୍ତି ଥରେ କମିବାକୁ ଲାଗିଲେ ଆଖିରେ ବିଭିନ୍ନ ପ୍ରକାରର ସମସ୍ୟା ହେବା ଦେଖାଦେଇଥାଏ । ହେଲେ ଆଜିକାଲି ଯୁଗ ଏମିତି ହେଲାଣି, ଛୋଟ ପିଲାମାନେ ବି ଚଷମା ପିନ୍ଧିବା ଆରମ୍ଭ କରିଲେଣି । ଅତି କମ କମ ବୟସରୁ ସେମାନେ ଚଷମା ବ୍ୟବହାର କଲେଣି । ଏହାର କାରଣ ଅଧିକ ସମୟ ମୋବାଇଲ, କମ୍ପ୍ୟୁଟର କିମ୍ବା ଲାପଟପ ବ୍ୟବହାର କରିବା କିମ୍ବା ଭିଟାମିନ ପ୍ରୋଟିନ ଯୁକ୍ତ ଖାଦ୍ୟ ନଖାଇବା । ଯାହାର ପ୍ରଭାବ ସିଧାସଳଖ ଆଖି ଉପରେ ପଡିଥାଏ । ଏହାର ଘରୋଇ ଏବଂ ପ୍ରାକୃତିକ ଉପଚାର ନ କରି ଡାକ୍ତର ପାଖକୁ ଯାଇ ଆଖି ପରୀକ୍ଷା କରି ପାଓାର ଚଷମା ପିନ୍ଧୁଛନ୍ତି । ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ । ଯାହାର ପ୍ରୟୋଗ ଦ୍ୱାରା ଆପଣ ଏହାର ସମାଧାନ ପାଇପାରିବେ ।
ପ୍ରତିଦିନ ସକାଳେ ଗାଜର କିମ୍ବା ଗାଜର ଜୁସ ପିଅନ୍ତୁ । ଏହାଦ୍ୱାରା ଦୃଷ୍ଟିଶକ୍ତି ବଢିଥାଏ ।
ବାଦାମରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ । ରାତିରେ ସବୁଦିନ ୫-୬ଟି ବାଦାମ ପାଣିରେ ଭିଜାଇ ସକାଳେ ଖାଇଲେ ଉପଶମ ମିଳେ ।
ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଚୂର୍ଣ୍ଣ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ ।
ଗୋଲ ମରିଚର ଚୂର୍ଣ୍ଣ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ସେବନ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।
ସେଓର ମୁରବା ଖାଇ ,ଏହାପରେ କ୍ଷୀର ଖାଇବା ଦ୍ୱାରା ଆଖିର ରଶ୍ମି ତେଜ୍ ହୋଇଥାଏ।
ପ୍ରତିଦିନ ଦିନ ଭିତରେ ୨ରୁ ୩ କପ ଗ୍ରୀନ ଟି ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଂଟ ଆଖିକୁ ସୁସ୍ଥ ରଖେ ।
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ । ଏହା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରିବ।

LEAVE A REPLY

Please enter your comment!
Please enter your name here