40.1 C
Bhubaneswar
Thursday, April 25, 2024
Homeକରୋନାଏହି ସାଉଥ ଷ୍ଟାର କରୋନା ଆକ୍ରାନ୍ତ

ଏହି ସାଉଥ ଷ୍ଟାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଏବେ ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ପିଲାଠୁ ବୁଢା ସମସ୍ତଙ୍କୁ ନିଜ କବଜାକୁ ନେଉଛି ମହାମାରୀ । ନେତାଠୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେତେ ତାରକାଙ୍କ ମୁଣ୍ଡ ମଧ୍ୟ ନେଲାଣି କରୋନା । ଏହି ପରିପ୍ରେକ୍ଷୀରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଭାବେ ଜଣାଶୁଣା ଥିବା ଚିରଞ୍ଜିଭ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏନେଇ ସେ ନିଜେ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜ ନିଜର କୋଭିଡ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେ ସଙ୍ଗରୋଧରେ ରହିଛନ୍ତି । ଫିଲ୍ମ ‘ଆଚାର୍ଯ୍ୟ’ ସୁଟିଂ ପୂର୍ବରୁ ପ୍ରଟୋକଲ୍ ଅନୁସାରେ ସେ କୋଭିଡ ଟେଷ୍ଟ କରାଇଥିଲେ । ଦୁର୍ଭାଗ୍ୟଜନକ ଭାବରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସେ ଟ୍ୱିଟ କରିଛନ୍ତି ।


ସୂଚନାଯୋଗ୍ୟ , ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୬ ହଜାର ୬୧୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୫୩ ହଜାର ୬୫୭ କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ୫ ଲକ୍ଷ ୯ ହଜାର ୬୭୩ ଜଣ ଚିକିତ୍ସିତ ହେଉଥିବା ବେଳେ ୭୯ ଲକ୍ଷ ୧୭ ହଜାର ୩୭୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking