30.1 C
Bhubaneswar
Wednesday, May 1, 2024
Homeଓଡିଶାଜିଲ୍ଲା ପୋଲିସ କାର୍ଯ୍ୟାଳୟ ୬୧ତମ ପୋଲିସ ସହିଦ ଦିବସ ପାଳନ

ଜିଲ୍ଲା ପୋଲିସ କାର୍ଯ୍ୟାଳୟ ୬୧ତମ ପୋଲିସ ସହିଦ ଦିବସ ପାଳନ

ଯାଜପୁର: ଯାଜପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଥିବା ପାଣିକୋଇଲି ଠାରେ ୬୧ତମ ପୋଲିସ ସହିଦ ଦିବସ ବୁଧଵାର ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶହୀଦ ବୀର ପୋଲିସ ଓ ଶହୀଦ କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶହୀଦ ସ୍ମାରକୀରେ ପୁଷ୍ପଗୁଚ୍ଛ ଦେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଓ ଜିଲା ଆରକ୍ଷୀ ଅଧିକାରୀ ଚରଣ ସିଂହ ମୀନା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦେଶ ଓ ରାଜ୍ୟର ସେବା ପାଇଁ ସେମାନଙ୍କ ମହାନ ତ୍ୟାଗ ଓ ବଳିଦାନ ସର୍ବଦା ଅମର ରହିବ ବୋଲି କହିଥିଲେ ।
        ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକଙ୍କ ସମେତ ବହୁ ପୋଲିସ ଅଧିକାରୀ ଯୋଗ ଦେଇ ନିଜ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking