ଯାଜପୁର: ଯାଜପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଥିବା ପାଣିକୋଇଲି ଠାରେ ୬୧ତମ ପୋଲିସ ସହିଦ ଦିବସ ବୁଧଵାର ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶହୀଦ ବୀର ପୋଲିସ ଓ ଶହୀଦ କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶହୀଦ ସ୍ମାରକୀରେ ପୁଷ୍ପଗୁଚ୍ଛ ଦେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଓ ଜିଲା ଆରକ୍ଷୀ ଅଧିକାରୀ ଚରଣ ସିଂହ ମୀନା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦେଶ ଓ ରାଜ୍ୟର ସେବା ପାଇଁ ସେମାନଙ୍କ ମହାନ ତ୍ୟାଗ ଓ ବଳିଦାନ ସର୍ବଦା ଅମର ରହିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକଙ୍କ ସମେତ ବହୁ ପୋଲିସ ଅଧିକାରୀ ଯୋଗ ଦେଇ ନିଜ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲ