29.1 C
Bhubaneswar
Sunday, May 5, 2024
HomeUncategorizedଜଗନ୍ନାଥ ଚେତନା ବାଣୀ 

ଜଗନ୍ନାଥ ଚେତନା ବାଣୀ 

ଶ୍ରୀମନ୍ଦିର ରେ କରମା ଖେଚୁଡି ନାଁ ରେ ଏକ ଭୋଗ ଲାଗିହୁଏ।ଏଥିରୁ ପ୍ରଭୁଙ୍କର ମାଆଙ୍କ ପ୍ରତି ଥିବା ଭଲପାଇବାର ନିଦର୍ଶନ ଦେଖିବାକୁ ମିଳିଥାଏ।ଏଇ କରମା ବାଇର ଘର ସୁଦୂର କେରଳରେ।ଅଲକ୍ଷଣୀ ବୋଲି ସମାଜରୁ ବାସନ୍ଦ ହୋଇ ଶ୍ରୀଜଗନ୍ନାଥଙ୍କୁ ଜପି ଜପି ତାଙ୍କରି ଚରଣ ତଳେ ଶେଷ ନିଃଶ୍ବାସ ତ୍ୟାଗ କରିଦେବାପାଇଁ  ପୁରୀକୁ ଆସୁଥିଲେ।ବାଟ ଯାକ ପ୍ରଭୁଙ୍କୁ ତାଙ୍କ ପୁଅ ବୋଲି ମନେକରି ଭକ୍ତ କରମା କେତେ କ’ଣ ଭାବୁଥାନ୍ତି।ଶିତ ଦିନ ବଡ ରାତି ,ପୁଅ ମୋର ସକାଳୁ ଉଠି ଖାଇଛି କି ନାହିଁ?ତାକୁ ନିଶ୍ଚୟ ଭୋକ ଲାଗୁଥିବ।ଏହି କଥା ଭାବି ଭାବି ଭଙ୍ଗା ମାଟି ଖପରାରେ ଖେଚୁଡ଼ି ରାନ୍ଧିଛି।ମାଗି ଆଣିଥିବା ଡାଲି ଚାଉଳ ଦିଟାକୁ ପାଣି ଦେଇ ଟିକିଏ ହଳଦୀଗୁଣ୍ଡ ଲୁଣ ପକାଇ ତାକୁ ଖେଚୁଡ଼ି ବୋଲି କହୁଛି।କଦଳୀ ପତ୍ରରେ ସେ ଖେଚୁଡ଼ି କି ବାଢିଦେଇ ପାଗଳିଙ୍କ ପରି କହିଚାଲିଛି ଖାଆ ମୋ ଧନଟା ପରା, କେତେ ଭୋକ ଲାଗୁଥିବ ମୋ ଧନକୁ, ମୁହଁ ଶୁଖିଗଲାଣି ନଖାଇ ନପିଇ।ଏସବୁ ଦେଖି ପଣ୍ଡାମାନେ ବାରଣ କରିଛନ୍ତି।କିନ୍ତୁ ପ୍ରଭୁ ସ୍ୱପ୍ନ ରେ ମାର ମମତା ଦେଖି କହୁଛନ୍ତି ମାଆ ତୋର ସେହି ହଳଦିଆ ଖେଚୁଡ଼ି ନଦେଲେ ମୋ ପେଟ ଭୋକରେ ଆଉଟ ପାଉଟ ହୋଇଯାଇଛି।ମୁଁ ରତ୍ନ ବେଦୀ ରେ ମୋଟେ ବସିପାରୁନି।ତୁ ଯେମିତି ପାରୁଛ,ତୋର ମମତାରେ ମୋତେ ବାନ୍ଧି ରଖିଥା ମା।ତୋର ଖପରାର ଖେଚୁଡ଼ି ମୋର ମହାପ୍ରସାଦ।କିଛିଦିନ ପରେ କରମା ବାଇର ଆତ୍ମା ପରମାତ୍ମାଙ୍କ ସହ ଲୀନ ହୋଇଗଲା।କିନ୍ତୁ ସେବକ ମାନେ ଦେଖିଲେ ମହାପ୍ରଭୁ ଙ୍କ ଆଖି ରୁ ଲୁହ ର ଧାର।ସମସ୍ତେ ହତଭାଗ ହୋଇ କିଛି ବୁଝି ପାରିଲେନାହିଁ।ଘଟଣାଟି ଜାଣିବା ପାଇଁ ସେବକମାନେ ଗଜପତିଙ୍କୁ ଜଣାଇଲେ ଓ ଗଜପତି ରତ୍ନବେଦୀ ତଳେ ପ୍ରଭୁଙ୍କର ଶରଣାପନ୍ନ ହେଲେ ।ରାଜାଙ୍କୁ ସ୍ଵପ୍ନ ରେ ପ୍ରଭୁ ଜଗନ୍ନାଥ  କହିଲେ ଆଜି ମୋ ମାର ଦେହାବସାନ ହୋଇଛି।ସେ ମୋତେ ଖେଚୁଡ଼ି ଖାଇବାକୁ ଦେଉଥିଲା,ସେ ଆଉ ନାହିଁ, ମୁଁ କାହା ଆଗରେ ଖେଚୁଡ଼ି ପାଇଁ ଅଝଟ କରିବି? ପର ମୁହୂର୍ତ୍ତରେ ରାଜା କରମା ବାଇର ଶବକୁ ମାନ୍ୟତାର ସହ ଶେଷ ସମ୍ମାନ ଜଣାଇ ଶବ ସଂସ୍କାର କଲେ।ସେହିଦିନଠାରୁ ମାଆରସ୍କୃତି ସ୍ଵରୂପ ପ୍ରଥମ ଭୋଗ ରୂପେ କାର୍ତିକ ମାସରେ ପହିଲିଭୋଗ ଅର୍ଥାତ୍ ଖେଚୁଡ଼ି ଭୋଗର ପ୍ରଚଳନ କରାଯାଉଛି ।ସେହି ଖେଚୁଡି ର ନାମ କରମା ଖେଚୁଡି ବୋଲି ପ୍ରଚଳନ କରାଯାଉଛି।ଯୁଗେ ଯୁଗେ ଭକ୍ତର ଭକ୍ତି ଓ ଭାବନାକୁ ପ୍ରଭୁ ଜଗନ୍ନାଥ  ପ୍ରତିଷ୍ଠା କରିଛନ୍ତି ।
                                                   ଜୟଜଗନ୍ନାଥ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking