30.1 C
Bhubaneswar
Saturday, May 4, 2024
Homeଓଡିଶା୩ଟି ସ୍ୱତନ୍ତ୍ର ବିମାନରେ ଜାମ୍ମୁ କଶ୍ମୀରରୁ ଓଡିଶା ଫେରୁଛନ୍ତି ୩୫୦ ପ୍ରବାସୀ

୩ଟି ସ୍ୱତନ୍ତ୍ର ବିମାନରେ ଜାମ୍ମୁ କଶ୍ମୀରରୁ ଓଡିଶା ଫେରୁଛନ୍ତି ୩୫୦ ପ୍ରବାସୀ

ଭୁବନେଶ୍ୱର : ତିନିଟି ସ୍ୱତନ୍ତ୍ର ବିମାନରେ ଓଡିଶାର ପାଖାପାଖି ୩୫୦ ପ୍ରବାସୀ ଓଡିଶା ଆସୁଛନ୍ତି। ସେମାନଙ୍କ ଫେରିବା ପାଇଁ ସମସ୍ତ ବ୍ୟବସ୍ଥା ଓଡିଶା ଏବଂ ଜାମ୍ମୁ କାଶ୍ମୀର ସରକାର ନିଶ୍ଚିତ କରିଛନ୍ତି। ଜାମ୍ମୁର ଅତିରିକ୍ତ ଡେପୁଟି କମିଶନର ଡ. ତାହିର ଫିରଦୋଶ କହିଛନ୍ତି ଯେ ଓଡ଼ିଶା ସରକାର ସେମାନଙ୍କ ବିମାନ ଟିକେଟ ପାଇଁ ବ୍ୟବସ୍ଥା କରିଛନ୍ତି, ୧୨୨ଜଣ ଯାତ୍ରୀ କ୍ଷମତା ବିଶିଷ୍ଟ ଏୟାର ଏସିଆ ଚାର୍ଟାର୍ଡ ବିମାନରେ ଯାତ୍ରା କରିବେ। ଏହି ଲୋକମାନେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ସେ କହିଛନ୍ତି ଯେ ଲକଡାଉନ୍ ସମୟରେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା। ଆଜି ପ୍ରାୟ ୩୬୬ ଜଣ ଯାତ୍ରୀ ଓଡିଶା ଅଭିମୁଖେ ଯାତ୍ରା କରିବେ। ସେଠାରେ ଯାତ୍ରୀମାନେ ଅଢେଇ ମାସ ରହିଥିଲେ। ସେମାନଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ଜଣେ ଯାତ୍ରୀ କହିଛନ୍ତି।
https://onakhabar.com/2020/06/07/center-minister-dharmendra-pradhan-41/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking