27.1 C
Bhubaneswar
Thursday, April 25, 2024
Homeଓଡିଶା୯ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

୯ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗଞ୍ଜାମ : ଜିଲ୍ଲାର ଖଲିକୋଟ ବ୍ଲକର ୯ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।  ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ କରୋନା ସଙ୍ଗରୋଧ କେନ୍ଦ୍ରରେ ଓ ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ ଥିବା କର୍ମଚାରୀ ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ କୋଭିଡ୍ କେୟାର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି  । ବ୍ଲକର  ବାଦପଲ୍ଲୀ ପଞ୍ଚାୟତର ଘୋଡ଼ାପଡ଼ା, ସିଆଳିପାଟ, କୁରୁମପୁର,ଗୁଣ୍ଡୁରିପଲ୍ଲୀ, ବଡ଼ପଲ୍ଲୀ, ସାନବଳା, ନୂଆପଲ୍ଲୀ, ଛକସିଂହ, ଦେବୀଝୋର ଆଦି ୯ଟି ଗାଁକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏହାଛଡ଼ା ଏହି ପଞ୍ଚାୟତସଂଲଗ୍ନ ୧୦ଟି ଗାଁକୁ ମଧ୍ୟ ବଫର ଜୋନ୍ ଘୋଷଣା କରାଯାଇଛି।  ଏନେଇ ଖଲିକୋଟର ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସଙ୍କୁ କଣ୍ଟେନମେଣ୍ଟ ଜୋନର ନିର୍ବାହୀ ମାଜିଷ୍ଟ୍ରେଟ୍ ଦାୟିତ୍ବ ଦିଆଯାଇଛି। ଏହି ଅଞ୍ଚଳରେ ଯାତାୟତକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଏହା ସହ ଯେଉଁ ମାନଙ୍କ ପଜିଟିଭ୍ ବାହାରିଛି ସେମାନଙ୍କ କଣ୍ଟାଟ୍ ଟ୍ରେସିଂ ମଧ୍ୟ କରାଯାଇଛି ଓ ସେମାନଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଛି  । ସେପଟେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ବେଳେ ଲୋକେ ଭୟଭୀତ ନହେବାକୁ ପରମର୍ଶ ଦେଇଛନ୍ତି  । ଏହା ସହ ସପ୍ତାହର ଦୁଇଦିନ ସଟ୍ ଡାଉନକୁ ଜିଲ୍ଲାବାସୀ ପାଳନ କରିବ ସହ ସାମାଜିକ ଦୁରତା ବଜାୟ ରଖିବା ଲାଗି ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ  । ଏନେଇ ଆଜି ଛତ୍ରପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି  । ଏଥିଲେ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଓ ଭିଡିଓ କନଫେରେସିଂ ମାଧ୍ୟମରେ ବ୍ଲକର ବିଡିଓ , ତଦସିଲଦାର ମାନେ ଯୋଗ ଦେଇଥିଲେ  ।

କରୋନା ଭାଇରସକୁ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ୱନ କରାଯାଉଛି   । ଜିଲ୍ଲାରେ ଥିବା ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ପୂର୍ବରୁ ନିଷ୍ପତ୍ତି  ନିଆଯାଇ ଏହାର ପ୍ରଥମ ପର୍ଯ୍ୟାଯ ଶେଷ ହୋଇଛି   । ତେବେ ଆସନ୍ତା କାଲିଠାରୁ ଆଜି ଜିଲ୍ଲାରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ମେଗା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ।ଏଥିରେ ସ୍ଥାନୀୟ ଶିକ୍ଷକ , ଅଙ୍ଗନୱାଡି କର୍ମୀ ଓ ତାଙ୍କ ସହଯୋଗୀମାନେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବୁଝିବା ସହ ଇନଫ୍ରାରେଡ୍ ମାଧ୍ୟମରେ ଶରୀରର ତାମମାତ୍ରା ରେକର୍ଡ କରିବେ  ।  ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ ମାନେ ଡୋର ଟୁ ଡୋର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି  । ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଛତ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଛି  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking