30.1 C
Bhubaneswar
Wednesday, May 1, 2024
Homeଓଡିଶାଦୁଇ ଦିନିଆ ସଟ ଡାଉନ ପରେ ବି ଯାତାୟାତ କରିବ ବସ୍

ଦୁଇ ଦିନିଆ ସଟ ଡାଉନ ପରେ ବି ଯାତାୟାତ କରିବ ବସ୍

ଭୁବନେଶ୍ୱର: ରାଜ୍ୟରେ ଏବେ ବଢି ଚାଲିଛି ମହାମାରୀ କରୋନା ରେ ଆକ୍ରାନ୍ତଙ୍କ ସଂଖ୍ୟା । ସେଥିପାଇଁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅତି କଡାକଡି ଭାବରେ ବଳବତ୍ତର ରହିବ କରୋନା କଟକଣା । ଅଧିକ ସଂକ୍ରମିତ ହୋଇଥିବା ୧୧ଟି ଜିଲ୍ଲାଗୁଡିକୁ ସପ୍ତାହକୁ ୨ ଦିନ ଅର୍ଥାତ ଶନିବାର ଓ ରବିବାର ସଟ ଡାଉନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ସଟ ଡାଉନ ହେବା ପରେ ମଧ୍ୟ ରାଜ୍ୟ ଭିତରେ ଘରୋଇ ବସ ଏବଂ ଟାକ୍ସି ଚଳାଚଳ କରିବ । ଏହି ଗାଡି ଗୁଡିକ ରେଳ ଷ୍ଟେସନ ଓ ଏୟାରପୋର୍ଟକୁ ଯାତାୟାତ କରିବ । ବସ ଚଳାଚଳ ନେଇ ଟ୍ୱିଟ୍ କରି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଆଜି ରାଜ୍ୟରେ ୯୦ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଞ୍ଜାମରୁ ୨୨, ନୟାଗଡ଼ରୁ ୭, ଅନୁଗୁଳ, ବାଲେଶ୍ୱର, କଳାହାଣ୍ଡି, ସମ୍ବଲପୁର, ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଓ କଟକରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୨,ଢ଼େଙ୍କାନାଳରୁ ୧୦, ଭଦ୍ରକରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking