25.1 C
Bhubaneswar
Thursday, May 9, 2024
Homeଅପରାଧମାସ୍କ ନପିନ୍ଧି ୧୦୦ ଗିରଫ, ଦେଲେ ଜରିମାନା

ମାସ୍କ ନପିନ୍ଧି ୧୦୦ ଗିରଫ, ଦେଲେ ଜରିମାନା

 
ବଲାଙ୍ଗିର – ଲକ ଡାଉନ ସମୟରେ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ ଘୋଷଣା କରିଛନ୍ତି । ଏହି ନିୟମ ଉଲ୍ଲଂଘନ ଅଭିଯୋଗରେ ବଲାଙ୍ଗୀର ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ସୋମବାର ପ୍ରାୟ ୧୦୦ ଜଣଙ୍କୁ ଗିରଫ କରାଯିବ ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଲକ୍‌ଡାଉନ୍ କଟକଣା ବୃଦ୍ଧି କରାଯିବା ପରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ସତ୍ତ୍ୱେ ମଧ୍ୟ ଲୋକେ ଚେତୁ ନାହାନ୍ତି। ମାସ୍କ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ କିଛି ଲୋକେ କଟକଣାକୁ ଖାତିର ନ କରି ବିନା କାମରେ ସହରରେ ମାସ୍କ ନ ପିନ୍ଧି ବୁଲୁଥିଲେ। ଆଜି ଆଦର୍ଶ ଥାନା ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଯାଞ୍ଚ କରାଯାଉଥିବା ବେଳେ ଏମାନଙ୍କୁ ଧରି ୫୦ ଟଙ୍କା ଲେଖାଏ ଜରିମାନା ଆଦାୟ କରି ମାସ୍କ ପିନ୍ଧାଯାଇଥିଲା। ଆଗାମୀ ଦିନରେ ବାଇକ୍ ଓ ମାସ୍କ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ଆଇଆଇସି ସଂଗ୍ରାମ ପଟ୍ଟନାୟକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking