38.1 C
Bhubaneswar
Friday, April 26, 2024
Homeଓଡିଶାଯାଜପୁରରେ ଲକ ଡାଉନ ନିୟମ କୋହଳ

ଯାଜପୁରରେ ଲକ ଡାଉନ ନିୟମ କୋହଳ

ଯାଜପୁର:ଯାଜପୁର ରେ ଲାଗୁ ହୋଇଥିବା ଲକ ଡାଉନ ନିୟମ କୁ କୋହଳ କରିଛି ଜିଲା ପ୍ରଶାସନ। ଆଜି ଠାରୁ ଜିଲାର ସମସ୍ତ ଗ୍ୟାରେଜ,ସାଇକେଲ ଦୋକାନ,ପାଠ୍ୟ ପୁସ୍ତକ ଉପକରଣ,ଦୁଗ୍ଧ ଯାତ ସାମଗ୍ରୀ ଦୋକାନ ଖୋଲିଛି। ଏହି ଦୋକାନ ଗୁଡିକ ସକାଳ 6 ଟା ରୁ ଦିନ 10 ପର୍ଯ୍ୟନ୍ତ ଖୋଲାରହିବ। ଜିଲ୍ଲାର ଏକ ମାତ୍ର କୋରୋନା ରୋଗୀ ସୁସ୍ଥ ହୋଇ ଆସିବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଆଜି ଦୋକାନ ଖୋଲିବା ପରେ ଲୋକେ ନିଜର ବକେୟା କାମ କରିବା ଆରମ୍ଭ କରିଛନ୍ତି। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖିସିର ମାହୋଲ ଦେଖାଦେଇଛି।

ମା ବିରଜାଙ୍କ ମନ୍ଦୀର ପରିସର ଖାଁ ଖାଁ


ଯାଜପୁର:ଆଜି ପବିତ୍ର ପଣାସଂକ୍ରାନ୍ତି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ପ୍ରତିବର୍ଷ ହୋଇ ଉଠେ ଚଳଚଂଚଳ । ମାଙ୍କ ପାଶ୍ୱ ଦେବତା ଭାବେ ପୂଜା ପାଆନ୍ତି ହନୁମାନ । ଆଜି ହନୁମାନ ଜୟନ୍ତୀ ଅବସରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ପାଇଁ ମନ୍ଦୀର ଭିତରକୁ ପ୍ରବେଶ ଉପରେ କଟକଣା ଲଗାଇଛି ମନ୍ଦୀର ପ୍ରଶାସନ । ସେଥିପାଇଁ କୌଣସି ଭକ୍ତଙ୍କୁ ମନ୍ଦୀର ଭିତରକୁ ଛଡାଯାଉନାହିଁ । ଏଥିପାଇଁ ମନ୍ଦୀର ପରିସର ଖାଁ ଖାଁ ଦେଖିବାକୁ ମିଳିଛି । ଭକ୍ତଙ୍କ ବିନା ଭଗବାନଙ୍କ ଯଥାରିତି ପୂଜାର୍ଚ୍ଚନା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking