28.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟ ପାଇଁ ଖୁସି ଖବର : ଭୁବନେଶ୍ବରର ୫ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟ ପାଇଁ ଖୁସି ଖବର : ଭୁବନେଶ୍ବରର ୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ଓଡ଼ିଶାରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । । ଏ ବିଷୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛ। ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ୫ ଜଣଙ୍କୁ ଭୁବନେଶ୍ୱରରୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ନମୁନା ପରୀକ୍ଷା ନେଗେଟିଭ୍ ଆସିଛି। ଏହା ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮କୁ ବଢ଼ିଛି ଏବଂ ଏଥିସହ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରୁ ହ୍ରାସ ପାଇ ୩୬ରେ ପହଞ୍ଚିଛି। ଆଜି ବମିଖାଲର ଜଣେ ୩୫ ବର୍ଷର ଯୁବକ ‘କରୋନା’ରେ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ରେ ପହଞ୍ଚିଥିଲା। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜିର ୫ ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାଏ ମୋଟ ୧୮ ଜଣ ସୁସ୍ଥ ହେଲେଣି। ଫଳରେ ଏହି ଖବର ଭୁବନେଶ୍ବରବାସୀଙ୍କୁ ବହୁ ମାତ୍ରାରେ ଆଶ୍ବସ୍ତ କରିଛି।
https://onakhabar.com/2020/04/13/one-more-corona-positive-in-bomikhal-bbsr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking