35.1 C
Bhubaneswar
Tuesday, April 23, 2024
Homeକରୋନାକରୋନା ଭାଇରସକୁ ମୁକାବିଲା କରିବ ରେମଡେସିଭର

କରୋନା ଭାଇରସକୁ ମୁକାବିଲା କରିବ ରେମଡେସିଭର

ନୂଆଦିଲ୍ଲୀ: ଏବେ ସମଗ୍ର ଆତଙ୍କିତ କରିଥିବା କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ଏକ ଆଶ୍ୱସ୍ତି ମୂଳକ ଖବର ରହିଛି । ଖବରଟି ହେଲା, ପ୍ରାରମ୍ଭିକ ଅନୁସନ୍ଧାନରୁ ଏକ ମେଡିସିନର ଆବିଷ୍କାର କରାଯାଇଛି ଯାହାଦ୍ୱାରା କରୋନା ରୋଗୀ ଏଥିରୁ ମୁକ୍ତି ପାଇପାରିବେ । କିଛି କରୋନା ରୋଗୀଙ୍କ ଉପରେ ପ୍ରଥମେ ଏହାକୁ ଅଧ୍ୟୟନ କରାଯାଇଥିଲା । ଆଉ ଏହି ମେଡିସିନ ଦ୍ୱାରା ସେମାନେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଏତେମାତ୍ରାରେ କଷ୍ଟ ଅନୁଭବ କରିନଥିଲେ । ତେବେ ଏହାକୁ କୌଣସି କରୋନା ରୋଗୀ ବ୍ୟବହାର କରିବା ପୂର୍ବରୁ ଏବେ ଏହାକୁ ଆହୁରି ଅଧ୍ୟୟନ କରିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ଶୁକ୍ରବାର, ‘ଦ ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍ ମେଡିସିନ’ ରେ ଏହା ପ୍ରକାଶ ପାଇଛି । ଏହାର ନାଁ ରହିଛି ରେମଡେସିଭର ।
ଅଧିକାଂଶ ରୋଗୀଙ୍କ ମଧ୍ୟରେ – ୬୮ ପ୍ରତିଶତ – ଡାକ୍ତରମାନେ ଆବଶ୍ୟକ ଅମ୍ଳଜାନ ସହାୟତା ହ୍ରାସ କରିବାରେ ସକ୍ଷମ ହୋଇଥିଲେ। ଖାଲି ସେତିକି ନୁହେଁ, ଭେଣ୍ଟିଲେଟରରେ ଥିବା ୩୦ ରୋଗୀଙ୍କ ମଧ୍ୟରୁ ୧୭ ଜଣ ସେହି ମେସିନରୁ ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking