31.1 C
Bhubaneswar
Tuesday, April 30, 2024
Homeଓଡିଶାଜଷ୍ଟିସ ଡି.ପି.ଚୌଧୁରୀ ହେଲେ ଖାଉଟି କମିସନ ସଭାପତି

ଜଷ୍ଟିସ ଡି.ପି.ଚୌଧୁରୀ ହେଲେ ଖାଉଟି କମିସନ ସଭାପତି

କଟକ : ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଭାବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀ ଯୋଗ ଦେଇଛନ୍ତି । ଆଜି ସେ କଟକସ୍ଥିତ ଖାଉଟି କମିସନରେ ପହଞ୍ଚି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ କଞ୍ଜୁମର୍ ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ କରୁଣାକର ଜେନା, ସଂପାଦକ ଅଶ୍ବିନୀ ସାହୁ, ବରିଷ୍ଠ ସଦସ୍ୟ ଅକ୍ଷୟ ସାମଲ, ରୋହିଣୀକାନ୍ତ ପଟ୍ଟନାୟକ ପ୍ରମୁଖ ଜଷ୍ଟିସ ଚୌଧୁରୀଙ୍କୁ ସ୍ବାଗତ କରିବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜାନୁଆରି ୨୩ରେ ସଭାପତି ପଦରୁ ଜଷ୍ଟିସ ବି.କେ.ପଟେଲଙ୍କ ଅବସର ଗ୍ରହଣ ପରେ ଖାଉଟି କମିସନରେ ଏକ ମାସରୁ ଅଧିକ ହେବ ମାମଲା ଶୁଣାଣି ଏକ ପ୍ରକାର ବନ୍ଦ ରହିଥିଲା । ସଭାପତି ଭାବେ ଜଷ୍ଟିସ ଚୌଧୁରୀଙ୍କ ନିଯୁକ୍ତି ପରେ ଏହି ଅଚଳାବସ୍ଥା ଦୂର ହୋଇଛି ଓ ଖାଉଟି ମାମଲା ଗୁଡିକର ତ୍ବରିତ ଶୁଣାଣି ସମ୍ଭବପର ହେବ ବୋଲି ଆଶା ପ୍ରକାଶ ପାଇଛି ।
https://onakhabar.com/2020/03/07/two-suspected-doctors-regarding-corona-in-scb/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking