37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶକରୋନା ଭାଇରସ୍ : ବଢ଼ିଚାଲିଛି ମାସ୍କର ମୂଲ୍ୟ

କରୋନା ଭାଇରସ୍ : ବଢ଼ିଚାଲିଛି ମାସ୍କର ମୂଲ୍ୟ

ଲଣ୍ଡନ : କରୋନା ଭାଇରସ୍‌ର ଭୟାବହତା ପୂରା ବିଶ୍ବସ୍ତରରେ ବଢ଼ିବାରେ ଲାଗିଛି। ଲୋକେ ସତର୍କ ହେବା ସହ ଆତଙ୍କିତ ହୋଇଗଲେଣି। ଲଣ୍ଡନରେ ଏବେ ଶତାଧିକ ଲୋକ ବଡ଼ବଡ଼ ଜାରକୁ ମାସ୍କ ଭାବେ ପିନ୍ଧି ବୁଲୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେତେଜଣ ବ୍ୟକ୍ତି ପୂରା ମୁହଁକୁ କପଡ଼ାରେ ଗୁଡ଼ାଇ ବାହାରେ କାମ କରୁଛନ୍ତି। ଏପରିସ୍ଥଳେ ବିଶ୍ବର ପ୍ରମୁଖ ପ୍ରାନ୍ତରେ ମାସ୍କର ଦର ୬ଗୁଣ ବୃଦ୍ଧି ପାଇଥିବାର ସୂଚନା ମିଳିଛି। ଚୀନ୍‌ରେ ଡାକ୍ତର ଏହି ରୋଗ ନିମନ୍ତେ ‘ଏନ୍‌-୯୫’ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ପୂର୍ବେ ଏହାର ମୂଲ୍ୟ ୧୫୦୦-୧୮୦୦ ଟଙ୍କା ମଧ୍ୟରେ ଥିବାବେଳେ ବର୍ତ୍ତମାନ ୬୦୦୦-୮୦୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି ବୋଲି ଜଣାପଡ଼ିଛି । ସେଠାରେ ମାସ୍କର କଳାବଜାର ଆରମ୍ଭ ହୋଇଗଲାଣି । ଅଧିକାଂଶ ଲୋକ ନିଜ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି। ମାସ୍କର ଅଭାବକୁ ଲକ୍ଷ୍ୟ ରଖି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୪୭ଟି ରାଷ୍ଟ୍ରକୁ ମୋଟ୍ ୫ଲକ୍ଷ ମାସ୍କ ପ୍ରେରଣ କରିଥିଲେ। ଲୋକସଂଖ୍ୟା ଏତେ ଅଧିକ ଯେ ମାସ୍କ ସଂଖ୍ୟା କମ୍ ପଡ଼ୁଛି। ବର୍ତ୍ତମାନ ସମୟରେ ୮.୯କୋଟି ମାସ୍କର ଆବଶ୍ୟକତା ଅଛି ବୋଲି ଏକ ସଙ୍ଗଠନ ତରଫରୁ ପ୍ରକାଶ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking