26.1 C
Bhubaneswar
Tuesday, May 7, 2024
Homeଓଡିଶା ଇନ୍ଦ୍ରାବତୀ ଡ୍ୟାମ ଠାରେ ତୀରଚାଳନା ଓ ନୌକାଚାଳନା ପ୍ରତିଯୋଗିତା

 ଇନ୍ଦ୍ରାବତୀ ଡ୍ୟାମ ଠାରେ ତୀରଚାଳନା ଓ ନୌକାଚାଳନା ପ୍ରତିଯୋଗିତା

ଇନ୍ଦ୍ରାବତୀ : ୨୪ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୦ ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଉକ୍ତ ପ୍ରତିଯୋଗିତାରେ ୫ଯୋଡି ନୌକା ଚାଳକ ଅଂଶ ଗ୍ରହଣ କରିଥିବା ବେଳେ, ତୀର ଚାଳନାରେ ୪୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦେଇ ପ୍ରତିଯୋଗୀତାଟିକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିରଂଚି ନାରାୟଣ ଦର୍ବାନ , ଜନାର୍ଦନ ଦାସ , ସୁବ୍ରତ ଦାଶ  , ବସନ୍ତ ନାୟକ , ଅବିନାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ପ୍ରତିଯୋଗୀତାଟିକୁ ଆହୁରି ଉନ୍ନତ ମାନର କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ । ନୌକା ଚାଳନାରେ ସାନ ଛତ୍ରଙ୍ଗ ଗ୍ରାମର ପରୀକ୍ଷିତ ମାଝୀ ଓ ସୁନୀଲ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ତୀର ଚାଳନାରେ ଉପର ଚୋବ୍ରି ଗ୍ରାମର ମନୀନ୍ଦ୍ର ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।ଏହି ଉତ୍ସବ କୁ ନେଇ ବୁଡି ଅଂଚଳର ଆଦିବାସୀ ମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking