29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶ୩ ହଜାର ଅତିରିକ୍ତ ସୈନ୍ୟ ପଠାଇଲା ଆମେରିକା

୩ ହଜାର ଅତିରିକ୍ତ ସୈନ୍ୟ ପଠାଇଲା ଆମେରିକା

ୱାସିଂଟନ : ଇରାନ ଜେନେରାଲ କାସେମ ସୁଲେମାନିଙ୍କ ମୃତ୍ୟୁପରେ ମଧ୍ୟପ୍ରାଚ୍ୟରେ ଉତେଜନା ପ୍ରକାଶ ପାଇଛି । ପରିସ୍ଥିତିର ମୁକାବିଲା ପାଇଁ ଆମେରିକା ସେଠାକୁ ୩ହଜାର ଅତିରିକ୍ତ ସୈନ୍ୟ ପଠାଇଛି । ପୂର୍ବରୁ ବାଗଦାଦସ୍ଥିତ ଆମେରିକା ଦୂତବାସର ନିରାପତା ପାଇଁ ୭୦୦ ସଶସ୍ତ୍ର ଆମେରିକା ସୈନ୍ୟଙ୍କୁ ମୂତୟନ କରାଯାଇଛି । ଅବଶ୍ୟ ବିକ୍ଷୋଭକାରୀମାନେ ଆମେରିକା ଦୂତାବାସକୁ ଭଙ୍ଗାରୁଚା କରିବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ କୁଏତରୁ ଏହି ୭୦୦ ଆମେରିକା ସୈନ୍ୟଙ୍କୁ ଅଣାଯାଇଥିଲା। ଇରାନ ଆମେରିକାର ସ୍ୱାର୍ଥହାନୀ କରିବାକୁ ଉଦ୍ୟମ ଚଳାଇଛି ବୋଲି ଜାଣିବା ପରେ ଆମେରିକା ଗତ ମେ’ରୁ ମଧ୍ୟପ୍ରାଚ୍ୟକୁ ଅତିରିକ୍ତ ସୈନ୍ୟ ପଠାଇବା ଆରମ୍ଭ କରିଥିଲା । ଅଦ୍ୟାବିଧି ଆମେରିକାର ପ୍ରାୟ ୧୪ହଜାର ସଶସ୍ତ୍ର ଅତିରିକ୍ତ ସୈନ୍ୟ ମଧ୍ୟପ୍ରାଚ୍ୟରେ ଏକଜୁଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତିରେ କହିଛନ୍ତି ଯେ, ଇରାନ ଜେନେରାଲ ସୁଲେମାନିଙ୍କୁ ମାରିବା ପଛରେ ଯୁଦ୍ଧ ସୁତ୍ରପାତ ନୁହେଁ ବରଂ ଯୁଦ୍ଧ ବନ୍ଦ କରିବା ଉଦ୍ଦେଶ୍ୟ ନିହତ ରହିଛି । ଆମେରିକାର ପ୍ରମୁଖ କୁଟନୀତିଜ୍ଞ ଓ ସେନା ଅଧିକାରୀଙ୍କୁ ମାରିବା ପାଇଁ ସୁଲେମାନି ଷଡ଼ଯନ୍ତ୍ର କରୁଥିବାର ଜଣାପଡ଼ିବାରୁ ତାଙ୍କୁ ମାରିବା ଜରୁରୀ ଥିଲା ।
ଅନ୍ୟପକ୍ଷରେ ଏହି ଘଟଣା ପରେ ଆମେରିକାକୁ ଟାର୍ଗେଟ କରିଛି ତେହେରାନ । ଶନିବାର ବାଗବାଦସ୍ଥିତ ଆମେରିକା ଦୂତବାସ ନିକଟ ଗ୍ରୀନ ଜୋନରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଦୁଇଟି ରକେଟ ଅଲ-ବାଲଦା ଏୟାରଫୋର୍ସ ବେସରେ ମାଡ଼ ହୋଇଛି । ସୁଲେମାନି ଓ ଅନ୍ୟମାନଙ୍କ ମୃତ୍ୟୁରେ ଶନିବାର ବାଗବାଦରେ ହଜାର ହଜାର ଲୋକ ସମବେଦ ହୋଇ ଶୋକ ପ୍ରକାଶ କରିଥିଲେ । ଇତିମଧ୍ୟରେ ଇରାକର ସର୍ବୋଚ୍ଚ ନେତା ଆୟେତୋଲ୍ଲା ଅଲ୍ଲୀ ଖାମିନ ଆମେରିକା ଏୟାର ଷ୍ଟ୍ରାଇକର ସାଂଘାତିକ ପ୍ରତିଶୋଧ ନିଆଯିବ ବୋଲି ସଂକଳ୍ପ ନେଇଛନ୍ତି । ସେ ପାର୍ସୀ ଭାଷାରେ ଟ୍ୱିଟର ଆକାଉଂଟରେ ଏହା ଉଲ୍ଲେଖ କରିଛନ୍ତି । ଅପରପକ୍ଷରେ ବାଗଦାଦସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ଇରାକରେ ଥିବା ଅମେରିକୀୟ ନାଗରିକଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଛି ।
ଅନ୍ୟ ଏକ ଘଟଣାକ୍ରମରେ ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭଦ ଜାରିଫ କାତାରର ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ ଅବଦୁଲ ରହମନ ଅଲଥାନିଙ୍କ ସହ ଶିବାର ତେହେରାନରେ ଆଲୋଚନା କରିଛନ୍ତି । ଇରାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଜାରିଫ ଓ ଅଲ-ଥାନି ସଦ୍ୟ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତିି । କାତାରର ବୈଦେଶିକ ମନ୍ତ୍ରୀ ଆମେରିକାର ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ଅଭିହିତ କରିଛନ୍ତି । ଆମେରିକାର ସାମରିକ ବାହୀନି ଦ୍ୱାରା ସୁଲେମାନି ଗତ ଶୁକ୍ରବାର ନିହତ ହେବାପରେ ପଶ୍ଚିମ- ଏସିଆରେ ସାନି ଯୁଦ୍ଧର ସମ୍ଭାବନା ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ କାତାର ଆମେରିକା ସହଯୋଗୀ ହେଲେ ମଧ୍ୟ ଇରାନ ସହ ହାତ ମିଳାଇଛି । କାତାରରେ ଆମେରିକାର ବଡ଼ ସାମରିକ ଘାଟି ରହିଛି । ଏହା ପଶ୍ଚିମ- ଏସିଆରେ ଆମେରିକାର ସବୁଠାରୁ ବଡ଼ ସାମରିକ ଘାଟି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking