27.1 C
Bhubaneswar
Thursday, April 25, 2024
Homeଓଡିଶାଜଲିଗଲା ବସ :ଅଳ୍ପକେ ବର୍ତ୍ତିଲେ ୪୫ଜଣ ଯାତ୍ରୀ

ଜଲିଗଲା ବସ :ଅଳ୍ପକେ ବର୍ତ୍ତିଲେ ୪୫ଜଣ ଯାତ୍ରୀ

ବିଶାଖାପାଟଣା: ଆଜି ସକାଳେ ବିଶାଖାପାଟଣାରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏକ ଯାତ୍ରୀ ବାହୀ ବସ ଜଳିଗଲା । ଘରୋଇ ବସଟି ଏକ ଏମୋନିଆ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେବା ପରେ ଜଳି ଯାଇଥିବା ଜଣାପଡିଛି । ଦୁର୍ଘଟଣା ଘଟିବାକ୍ଷଣି ଯାତ୍ରୀମାନେ ତୁରନ୍ତ ସେ ବସ୍ରୁ ଓହ୍ଲାଇ ପଡ଼ିଥିଲେ । ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ୪୫ଜଣ ଯାତ୍ରୀ ବର୍ତ୍ତି ଯାଇଥିବା ବେଳେ ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଯାତ୍ରୀ ମାନଙ୍କୁ ବିଜୟନଗ୍ରମ୍ ଏବଂ ବିଶାଖାପାଟଣାର କେତେକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ରିଲିଫ୍ ଦାୟିତ୍ୱ ବହନ କରି ଘଟଣା ସଂକ୍ରାନ୍ତରେ ପର‌୍ୟ୍ୟଟକମାନଙ୍କ ପରିବାରକୁ ସୂଚନା ଦେବା ନିମନ୍ତେ ଆନ୍ଧ୍ରପ୍ରଦେଶର ସଡ଼କ ଓ ଗୃହ ନିର୍ମାଣ ମନ୍ତ୍ରୀ ଧର୍ମନା କୃଷ୍ଣଦାସ ଶ୍ରୀକାକୁଲମ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଆର୍. ଏନ୍. ଅମ୍ମି ରେଡ୍ଡୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।
https://onakhabar.com/2020/01/05/jeep-accident/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking