28.1 C
Bhubaneswar
Saturday, April 27, 2024
Homeଓଡିଶାଆଉ ୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲା ସଂଖ୍ୟା୨୪କୁ ବୃଦ୍ଧି, ଡ଼େଇଁଲା ମାଲକାନଗିରିକୁ

ଆଉ ୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲା ସଂଖ୍ୟା୨୪କୁ ବୃଦ୍ଧି, ଡ଼େଇଁଲା ମାଲକାନଗିରିକୁ

ଭୁବନେଶ୍ୱର : ରାଜ୍ୟରେ ଆଉ ୭୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ବୌଦ୍ଧରୁ ସର୍ବାଧିକ ୨୮ଆକ୍ରାନ୍ତ ଚିହ୍ନଟ। ପୁରୀରୁ ୧୧, କଟକ ୯, ଖୋର୍ଦ୍ଧା ୭, ଗଞ୍ଜାମରୁ ୬, ଯାଜପୁରରୁ ୬, କେନ୍ଦ୍ରାପଡ଼ା ୨ ଓ ମାଲକାନଗିରୁ ୨ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ୧, ଢ଼େଙ୍କାନାଳରୁ୧, ଓ କନ୍ଧମାଳରୁ ୧ ଜଣେ । ଏମାନଙ୍କ ମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନ୍‌ରେ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨ଜଣ ଲୋକାଲ୍ କେସ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ସକାଳେ ୧୧ଟି ଜିଲ୍ଲାରୁ ୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଆଜି ଆଉ ଗୋଟେ ନୂଆ ଜିଲ୍ଲାକୁ ଡ଼େଇଁଛି କରୋନା । ଏହାକୁ ମିଶାଇ ରାଜ୍ୟରେ ଜିଲ୍ଲା ସଂଖ୍ୟା ୨୪କୁ ବୃଦ୍ଧି ପାଇଛି  ।
ବତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୬ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୦୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୩୯ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking