30.1 C
Bhubaneswar
Monday, May 6, 2024
Homeଓଡିଶା୧୦୬ ପୌରାଞ୍ଚଳରେ ହାରାହାରି ୬୫ ପ୍ରତିଶତ ମତଦାନ : ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ୍‌

୧୦୬ ପୌରାଞ୍ଚଳରେ ହାରାହାରି ୬୫ ପ୍ରତିଶତ ମତଦାନ : ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ୍‌

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । କିଛି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । କିନ୍ତୁ ମୋଟ ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ (୫୯) (ଏନ୍‌ଏସି) ଓ ପୌର ପରିଷଦ (୪୭)ରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ପାଢ଼ୀ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମରେ ପାଖାପାଖି ୫୦ ପ୍ରତିଶତ ମତଦାନ ହୋଇଛି । କଟକ ମହାନଗର ନିଗମରେ ୬୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଶ୍ରୀ ପାଢ଼ୀ କହିଛନ୍ତି ଯେ, ନବରଂଗପୁର ଜିଲ୍ଲା ଉମରେକାଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଭୁଲ ବାଲଟ କାଗଜ ଯୋଗୁଁ ଚେୟାରପର୍ସନ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଏଠାରେ ମତଦାନ ହେବ। ସୂଚନାଯୋଗ୍ୟ, ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା । ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking