28.1 C
Bhubaneswar
Wednesday, April 24, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍୧୩ ବର୍ଷ ପରେ ଜିତିଲା ପାକିସ୍ତାନ

୧୩ ବର୍ଷ ପରେ ଜିତିଲା ପାକିସ୍ତାନ

ହାମିଲଟନ: ଚଳିତ ମହିଳା ବିଶ୍ୱକପ୍‌ରେ ସୋମବାର ପାକିସ୍ତାନ ତା ‘ର ପ୍ରଥମ ବିଜୟ ହାସଲ କରିଛି । ଦଳ ବର୍ଷା ପ୍ରଭାବିତ ମୁକାବିଲାରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି ବିଶ୍ୱକପ୍‌ରେ ଦୀର୍ଘ ୧୩ ବର୍ଷ ପରେ ବିଜୟୀ ହୋଇପାରିଛି । ଶେଷ ଥର ପାଇଁ ଦଳ ଗତ ୨୦୦୯ ସଂସ୍କରଣରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ସିଡ୍‌ନୀଠାରେ ପରାସ୍ତ କରିଥିଲା । ସେବେଠାରୁ ଦଳ ଆଜି ପର୍ଯ୍ୟନ୍ତ ୨୦୦୯ରୁ ୨୦୨୨ ସଂସ୍କରଣ ପର୍ଯ୍ୟନ୍ତ ୧୮ଟି ମ୍ୟାଚ୍ ଖେଳିଥିଲେ ହେଁ ବିଜୟୀ ହୋଇପାରି ନ ଥିଲା । କିନ୍ତୁ ବର୍ଷା କାରଣରୁ ୨୦ ଓଭର୍‌କୁ ହ୍ରାସ ପାଇଥିବା ଟୁର୍ଣ୍ଣାମେଣ୍ଟ୍‌ର ବିଂଶତମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇ ୱେଷ୍ଟ୍‌ଇଣ୍ଡିଜ୍ ୭ ୱିକେଟ୍ ବିନିମୟରେ ୮୯ ରନ୍ କରିଥିଲା । ଦଳ ପକ୍ଷରୁ ତାରକା ଓପନର ଡିଣ୍ଡ୍ରା ଡଟ୍ଟିନ୍ ୫ଟି ଚୌକା ସହ ସର୍ବାଧିକ ୨୭ ରନ୍ କରିଥିଲେ । ଏହାଛଡ଼ା ଅଧିନାୟିକା ଷ୍ଟେଫାନି ଟେଲର୍ ୧୮ ଓ ଆଫି ଫ୍ଲେଚର୍ ଅପରାଜିତ ୧୨ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ବି ପହଞ୍ଚି ନଥିଲେ । ପାକିସ୍ତାନ ବୋଲରମାନେ ଚମତ୍କାର ବୋଲିଂ କରି ୱେଷ୍ଟ୍‌ଇଣ୍ଡିଜ୍ ବ୍ୟାଟ୍ସଓମ୍ୟାନମାନଙ୍କୁ ମୁକ୍ତ ଭାବେ ଶଟ୍ ଖେଳିବାକୁ ଦେଇ ନ ଥିଲେ ।

ବିଶେଷକରି ଭେଟେରାନ୍ ସ୍ପିନର୍ ନିଦା ଦର୍ ତାଙ୍କ ୪ ଓଭର୍‌ରେ ମାତ୍ର ୧୦ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଏହାଛଡ଼ା ବାମହାତୀ ସ୍ପିନର୍ ଅନମ୍ ଆମୀନ୍ ତାଙ୍କ ୪ ଓଭର୍ ମଧ୍ୟରୁ ଗୋଟିଏ ମେଡେନ୍ ନେବା ସହ ମାତ୍ର ୬ ରନ୍ ବ୍ୟୟ କରିଥିଲେ । ବ୍ୟାଟିଂରେ ପାକିସ୍ତାନ ୧୮.୫ ଓଭର୍‌ରେ ମାତ୍ର ୨ଟି ୱିକେଟ୍ ହରାଇ ୯୦ ରନ୍ କରି ସହଜ ବିଜୟ ହାସଲ କରିଥିଲା । ଓପନର ମୁନିବା ଅଲୀ ୫ଟି ଚୌକା ସହ ସର୍ବାଧିକ ୩୭ ରନ୍ କରିଥିଲେ। ତାଙ୍କ ଯୋଡ଼ିଦାର ସିଦ୍ରା ଆମୀନ୍ ୮ ରନ୍ କରିଥିଲେ ହେଁ ଅଧିନାୟିକା ବିସମା ମାରୁଫ୍ ୨୦ ଓ ଓମୈମା ସୋହେଲ୍ ୨୨ ରନ୍ କରି ଅପରାଜିତ ରହିବା ସହ ଅବିଭାଜିତ ୩୩ ରନ୍ ଯୋଡ଼ିଥିଲେ । ଇଣ୍ଡିଜ୍ ପକ୍ଷରୁ ଫ୍ଲେଚର୍ ଓ ଶାକେରା ସେଲମାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ନିଦା ଦର୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ମଙ୍ଗଳବାରର ପ୍ରଥମ ମ୍ୟାଚ୍‌ଟି ୱେଲିଂଟନ୍‌ଠାରେ ସାଉଥ୍ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking