36.1 C
Bhubaneswar
Monday, May 6, 2024
Homeଓଡିଶା୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର

୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ପଦ୍ମ ପୁରସ୍କାର ତାଲିକାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱ ଏବଂ ସମାଜ ପ୍ରତି ବିଶେଷ ଅବଦାନ ଥିବା ଦେଶ ବିଦେଶର ୧୧୯ ଜଣଙ୍କୁ ସ୍ଥାନୀତ କରାଯାଇଛି । ଏଥର ୭ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ ପୁରସ୍କାର । ସେହିପରି ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମଳିବ ପଦ୍ମଶ୍ରୀ । ଏହି କ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ୬ ଜଣଙ୍କୁ ଏହି ଶୀର୍ଷ ସମ୍ମାନ ଲାଗି ମନୋନୀତ କରାଯାଇଛି । ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପାଇବେ । ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପଦ୍ମଶ୍ରୀ ପାଇବେ । ସାହିତ୍ୟ ଓ ଶିକ୍ଷା ଲାଗି ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ପାଇବେ । ସମାଜ ସେବା ଲାଗି ଶାନ୍ତି ଦେବୀ, କଳା ଲାଗି ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ । ସେହିପରି ମେଡିସିନ୍ ପାଇଁ ଓଡ଼ିଶାର ଡ. କୃଷ୍ଣ ମୋହନ ପାଠୀ ପଦ୍ମଶ୍ରୀ ପାଇବେ ।

ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ- ପଦ୍ମ ବିଭୂଷଣ
ସାହିତ୍ୟ ଓ ଶିକ୍ଷା- ରଜତ କୁମାର କର -ପଦ୍ମଶ୍ରୀ
ନନ୍ଦ ପୃଷ୍ଟି- ପଦ୍ମଶ୍ରୀ
ସମାଜ ସେବା -ଶାନ୍ତି ଦେବୀ-ପଦ୍ମଶ୍ରୀ
କଳା- ପୂର୍ଣ୍ଣମାସୀ ଜାନି -ପଦ୍ମଶ୍ରୀ
ମେଡିସିନ୍‌- ଡ. କୃଷ୍ଣ ମୋହନ ପାଠୀ- ପଦ୍ମଶ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking