34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଶିକ୍ଷକଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର

ଶିକ୍ଷକଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ପନ୍ନା ଜିଲ୍ଲା ଅଜୟଗଢ ରେ ୫୦ ବର୍ଷୀୟ ସରକାରୀ ଶିକ୍ଷକଙ୍କ ଉପରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ନିଜ ଛୋଟ ଭାଇକୁ ଡାକିବା ପାଇଁ ପଡୋଶୀ ଶିକ୍ଷକଙ୍କ ଘରକୁ ଯାଇଥିଲା । ଯେଉଁଠି ଶିକ୍ଷକ ଭାଇକୁ ଘରକୁ ଯିବାକୁ ଦେଇଥିଲେ, ମାତ୍ର ତା ଭଉଣୀକୁ ଘରେ ହିଁ ରଖିଦେଇଥିଲେ । ଅଭିଯୋଗ ରହିଛି ଯେ, ଶିକ୍ଷକ ଜଣକ ଘରେ ହିଁ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ । ପୀଡିତା ନାବାଳିକା କାନ୍ଦି କାନ୍ଦି ଘରକୁ ଆସି ବାପାମାଙ୍କୁ ସବୁ କଥା କହିଥିଲେ । ନାବାଳିକାର ଗରିବ ବାପା କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସହ ପଡୋଶୀ ଶିକ୍ଷକଙ୍କ ନାଁରେ ଥାନାରେ ଅଭିଯୋଗ କଲେ । ତେବେ ତାଙ୍କ ଘରେ ବିଜୁଳି ନଥିବାରୁ ପୀଡିତାର ଭାଇ ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲା । ଘଟମା ଘଟିବାର ବିଳମ୍ବିତ ରାତିରେ ନାବାଳିକାର ବାପା ନିଜ ସମାଜର କିଛି ଲୋକଙ୍କ ସହ ନିକଟସ୍ଥ ଥାନାରେ ରିପୋର୍ଟ ଲେଖିଥିଲେ । ପରେ ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ୩୭୬(୩), ୫୦୬ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି । ପନ୍ନା ଏସପି କହିଛନ୍ତି ଯେ, ଅଭିଯୁକ୍ତ ଶିକ୍ଷକ ବର୍ତମାନ ଫେରାର ରହିଛନ୍ତି । ପୁଲିସ ଏବେ ଏହାର ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking