30.1 C
Bhubaneswar
Wednesday, April 24, 2024
Homeଓଡିଶାଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭିନ୍ନକ୍ଷମ ଓ ସଶକ୍ତି କରଣ ଆୟୋଗ ଅଧ୍ୟକ୍ଷା...

ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭିନ୍ନକ୍ଷମ ଓ ସଶକ୍ତି କରଣ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ବହିସ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର – ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ପଳାସପଲ୍ଲୀର ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ପ୍ରସଙ୍ଗ ଉପରେ ସଂପୃକ୍ତ ଯୁବତୀ ଜଣକ ସର୍ବସାଧାରଣ ଓ ଗଣମାଧ୍ୟମରେ ଟିପ୍ପଣୀ ରଖିବା ପରେ ରାଜ୍ୟରେ ଦିବ୍ୟାଙ୍ଗ ମାନଙ୍କର ଅବସ୍ଥା ଅତ୍ୟନ୍ତ ଦୁର୍ବିସହ ବୋଲି ସହଜରେ ଅନୁମେୟ । ନଭେମ୍ବର ୨୩ ତାରିଖରେ ଏୟାରପୋର୍ଟ ଥାନାରେ କେସ ନଂ -୨୪୮/୨୦ ରୁଜୁ ହୋଇଥିଲେ ମଧ୍ୟ ପୋଲିସ୍ ଠାରୁ ନ୍ୟାୟ ନପାଇବା ପୋଲିସ୍‌ର ପାରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ସୁରେଶ ବେହେରା ବଡ଼ ରାଜନେତା, ମନ୍ତ୍ରୀ, ସରକାରୀ ବାବୁ ମାନଙ୍କ ଛତ୍ରଛାୟା ତଳେ ରହି କିଭଳି ଅନୁଷ୍ଠାନ ମଧ୍ୟରେ ଅସଦାଚରଣ, ଦୁଷ୍କର୍ମ ଉଦ୍ୟମ ଓ ଯୌନ ନିର୍ଯ୍ୟାତନା କରି ଆସୁଥିଲା ଏହାର ପର୍ଦାଫାସ କରିବାକୁ ପ୍ରଦେଶ ମହିଳା କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳକୁ ଗସ୍ତକରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଅବିବାହିତା ଯୁବତୀ ମଧୁ ମଞ୍ଜରୀ ଧଳ ଓ ଅନ୍ୟାନ୍ୟ ସହଯୋଗୀ ଗୌରହରି ନାୟକ, ନାରାୟଣ ସାହୁ, ରଞ୍ଜନ ସାହୁଙ୍କ ସହଯୋଗରେ ଦୀର୍ଘଦିନ ଧରି ଏପରି ହୀନ ଉଦ୍ୟମ ଓ କାର୍ଯ୍ୟ କରିଆସିଥିବା ସୁରେଶ ବେହେରାଙ୍କୁ ପୋଲିସ୍ ଖୋଜି ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତୀକରଣ ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ ଘଟଣାସ୍ଥଳକୁ ଗସ୍ତକରି ଅନ୍ତେବାସୀଙ୍କ ଠାରୁ କୌଣସି ତଥ୍ୟ, ଘଟଣା ନଶୁଣିବା, ସ୍ମାରକପତ୍ର ଗ୍ରହଣ ନକରିବା ଏପରି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାରେ ତାଙ୍କର ସଂପୃକ୍ତି ଥିବାର ଯଥେଷ୍ଟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ପ୍ରକାଶ ଥାଉକି ୨୦୨୦ ମସିହା ଅଗଷ୍ଟ ୧୫ ରିଖ ପବିତ୍ର ସ୍ୱାଧୀନତା ଦିବସରେ ଶ୍ରୀମତୀ ଦାସ କୋଭିଡ-୧୯ର ସରକାରୀ କଟକଣାକୁ ବେଖାତିର କରି ସୁରେଶ ବେହେରାର ନିମନ୍ତ୍ରଣରେ ଉକ୍ତ ଅନୁଷ୍ଠାନରେ ପତାକା ଉତୋଳନ କରିବା ଓ କାର୍ଯ୍ୟକ୍ରମରେ ଯୋଗଦେବା ସହ ସୁରେଶ ବେହେରା ସହିତ ଫଟୋ ଉଠାଇବା ଯେ ଶ୍ରୀମତୀ ଦାସଙ୍କର ସୁରେଶ ସହ ଦୀର୍ଘଦିନର ଦୃଢ଼ ଘନିଷ୍ଠ ସମ୍ପର୍କ ରହିଥିବାର ସ୍ପଷ୍ଟ ପ୍ରମାଣିତ କରୁଛି । ସୁରେଶ ବେହେରାର ଚାରିତ୍ରିକ ତଥ୍ୟ ଓ ଚାକିରୀ କାଳର ସ୍ୱଚ୍ଛତାକୁ ସଠିକ୍ ରୂପେ ପରୀକ୍ଷା ନକରି ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଦାସ ଓ ଭିନ୍ନକ୍ଷମ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା, ଉକ୍ତ ଅନୁଷ୍ଠାନର ସଭାପତି ବିଧାୟକ ଅନନ୍ତ ନାରାୟଣ ଜେନା, ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସୁପାରିଶ ବଳରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଶ୍ରୀଯୁକ୍ତ ବେହେରାକୁ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସରେ ପୁରସ୍କୃତ କରିବା ଘଟଣା ଦୁର୍ନୀତି ଓ ଶୋଷଣକୁ ପ୍ରୋତ୍ସାହିତ କରିବା ସହ ସମାନ ବୋଲି ପ୍ରଦେଶ କଂଗ୍ରେସ କମିଟିର ପ୍ରାକ୍ତନ ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପଦ୍ମାକର ଗୁରୁ ସଂଗୀନ ଆରୋପ ଲଗାଇଛନ୍ତି । ସ୍ୱଳ୍ପ ଦରମାରେ ଚାକିରୀ କରିଥିବା ସୁରେଶ କୋଟି କୋଟି ଟଙ୍କାର ସଂପତି କମାଇବା, ଉକ୍ତ ଅନୁଷ୍ଠାନରେ ମଦ୍ୟପାନ ସହ ରାତ୍ରୀ ଯାପନ ଓ ଯୌନ ନିର୍ଯ୍ୟାତନା, ଦୁର୍ଷ୍କମ ଉଦ୍ୟମ ଘଟଣା ଓ ଅସଦାଚରଣ ପଛରେ ବହୁ ବଡ଼ ବଡ଼ ଲୋକଙ୍କ ନକଲି ଚେହେରାର ଅସଲି ଚିତ୍ରର ପର୍ଦାଫାଶ ନିମନ୍ତେ ନିରପେକ୍ଷ ଓ ସ୍ୱତନ୍ତ୍ର ତଦନ୍ତ କରାଗଲେ ବିଭାଗୀୟ ମନ୍ତ୍ରୀ, ଆୟୋଗ ଅଧ୍ୟକ୍ଷା, ବିଧାୟକ ଅନନ୍ତ ଜେନା ଓ ସରକାରୀ ବାବୁ ଧରାପଡ଼ିବେ ଓ ସେମାନଙ୍କୁ ଅବିଳମ୍ବେ ବହିସ୍କାର କରିବା ପାଇଁ ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମ ମହାପାତ୍ର ଦୃଢ଼ ଦାବି କରିଛନ୍ତି । ଉଭୟ ମନ୍ତ୍ରୀ ଓ ଆୟୋଗ ଅଧ୍ୟକ୍ଷା ସଂପୂର୍ଣ୍ଣ ମିଛ କହୁଛନ୍ତି ଓ ସେମାନେ ଯେପର୍ଯ୍ୟନ୍ତ ପଦବୀରେ ଥିବେ ଘଟଣାର ସତ୍ୟାସତ୍ୟର ପର୍ଦାଫାସ ହୋଇପାରିବ ନାହିଁ ବୋଲି ପିସିସି ତଥ୍ୟ ଅନୁଧ୍ୟାନକାରୀ କମିଟି ମତବ୍ୟକ୍ତି କରିଛନ୍ତି । ଉକ୍ତ ଘଟଣାରେ ବହୁ ଆଗରୁ ଅନୁଷ୍ଠାନରେ କାର୍ଯ୍ୟରତା ସୁବାସିନୀ ଦେବୀ, ସୁଜାତା ଦେବୀ, ମନୋରମା ଦେବୀ, ପୂର୍ଣ୍ଣ ବାବୁ ଓ ସଂଯୁକ୍ତା ଦେବୀ ପ୍ରମୁଖ ବିଭାଗୀୟ ସଚ୍ଚିବ, ଆୟୋଗ ଅଧ୍ୟକ୍ଷାଙ୍କୁ ସୁରେଶ ବେହେରାଙ୍କ ବିଷୟରେ ଅଭିଯୋଗ କରିଥିଲେ ବି ସେମାନଙ୍କର କଥାକୁ କେହିବି କର୍ଣ୍ଣପାତ କରି ନଥିବା ଦ୍ୱାରା ଅଭିଯୁକ୍ତ ଆଜି ଏପରି କାଣ୍ଡ ଘଟାଇ ଫେରାର ହେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ବିଭାଗୀୟ ମନ୍ତ୍ରୀଙ୍କ ଘରଠାରୁ ୫ଶହ ମିଟର ଓ ମୁଖ୍ୟମନ୍ତ୍ରୀଙ୍କ ନିବାସ ଠାରୁ ୮୦୦ ମିଟର ମଧ୍ୟରେ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ମହାପାତ୍ର ବର୍ଣ୍ଣନା କରିଛନ୍ତି । ୨୪ ଘଂଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ମହାଶୟ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି କଠୋର ପଦକ୍ଷେପ ଗ୍ରହଣ ପୂର୍ବକ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା, ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ଦାସ, ବିଧାୟକ ଶ୍ରୀଯୁକ୍ତ ଜେନା ଓ ଉପ ସଚ୍ଚିବ ଅମ୍ବକା ପଟ୍ଟନାୟକଙ୍କୁ ବହିସ୍କାର ନକଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁ୍‌ନ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଉକ୍ତ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପ୍ରାକ୍ତନ ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ମତବ୍ୟକ୍ତ କରିଛନ୍ତି । ଏହି ତଥ୍ୟ ଅନୁସଂନ୍ଧାନ କମିଟିରେ ସର୍ବଶ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର, ସ୍ୱାଧୀନବାଳା ଦାସ, ପଦ୍ମାକର ଗୁରୁ, ସ୍ୱାଗତିକା ପଟ୍ଟନାୟକ, ନିରୁପମା ପାତ୍ର, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ସୁଭଦ୍ରା ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ରଶ୍ମି ମହାପାତ୍ର, ପଦ୍ମାକର ଗୁରୁ, ନିରୁପମା ପାତ୍ର, ସୁବାଷିନୀ ବେହେରା ଓ ରବିନ୍ଦ୍ର କୁମାର ବେହେରା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking