32.1 C
Bhubaneswar
Friday, April 26, 2024
Homeଅପରାଧସିଆଇଏସଏଫ କର୍ମୀଙ୍କୁ ମାଡ଼ ମାରି ୬ ଗିରଫ

ସିଆଇଏସଏଫ କର୍ମୀଙ୍କୁ ମାଡ଼ ମାରି ୬ ଗିରଫ

ତାଳଚେର : ସିଆଇଏସଏଫ୍ କର୍ମୀଙ୍କୁ ମାଡ଼ମାରିବା ଅଭିଯୋଗରେ ସୋମବାର ତାଳଚେର ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଏନଟିପିସି କୋଇଲା ବୋଝେଇ ଟ୍ରେନରୁ ବାରମ୍ବାର କୋଇଲା ଚୋରି ହେଉଥିବା ଯୋଗୁଁ ଗତ ମାର୍ଚ୍ଚ ୧୯ ତାରିଖରେ ସିଆଇଏସ୍‌ଏଫମାନେ ରାତିରେ ପେଟ୍ରୋଲିଂ କରୁଥିଲେ । ଦୁର୍ବୃତ୍ତମାନେ ସ୍କଟଲାଣ୍ଡପୁର ନିକଟରେ କୋଇଲା ଚୋରି କରୁଥିବା ସମୟରେ ସିଆଇଏସଏଫ୍ ସୁରକ୍ଷାକର୍ମୀମାନେ ଦେଖିବା ପରେ ଭୟରେ ଦୁର୍ବୃତ୍ତମାନେ ଲୁହାରଡରେ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ସୁରକ୍ଷା କର୍ମୀ ଆହତ ହୋଇ ଏନଟିପିସି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏ ସମ୍ପର୍କରେ ସିଆଇଏସଏଫ୍ ପକ୍ଷରୁ ତାଳଚେର ଥାନାରେ ଲିଖିତ ଅଭିଯୋଗ ପରେ ତାଳଚେର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଆଜି ଦୁର୍ବୃତ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସ୍କଟଲାଣ୍ଡପୁରର ବାଜି ଓରଫ ବାବୁଲି ନାଏକ, କ୍ଷୀରୋଦ ନାଏକ, ପ୍ରକାଶ ନାଏକ, ଦୀପକ ନାଏକ, ବିନୋଦ ଗୋଚ୍ଛାୟାତ ଏବଂ ରାଜକିଶୋର ନାଏକଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ଲାଠି ଓ ଲୁହା ରଡକୁ ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking