28.9 C
Bhubaneswar
Sunday, May 5, 2024
Homeଓଡିଶାବୁର୍ଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚ୍ଚିବ

ବୁର୍ଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚ୍ଚିବ

ସମ୍ବଲପୁର : ପଶ୍ଚିମ ଓଡିଶାରେ କୋରନା ସଂକ୍ରମଣ ଚିନ୍ତା ବଢାଇଛି । ସମ୍ବଲପୁରରେ ଗତ ୨ ଦିନ ଧରି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା ପାଇଁ ବୁର୍ଲାରେ ପହଞ୍ଚିଛନ୍ତି ମୁଖ୍ୟ ଶାସନ ସଚ୍ଚିବ ସୁରେଶ ମହାପାତ୍ର । ସ୍ୱାସ୍ଥ୍ୟ ସଚ୍ଚିବ ଏବଂ ଡିଏମଇଟି ମଧ୍ୟ ମୁଖ୍ୟ ଶାସନ ସଚ୍ଚିବଙ୍କ ସହିତ ଉପସ୍ଥିତ ଅଛନ୍ତି । ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟ ଶାସନ ସଚ୍ଚିବ ଜିଲ୍ଲାର କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି । ପଶ୍ଚିମ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭିମସାରରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି ।

ମୁଖ୍ୟ ଶାସନ ସଚ୍ଚିବ ଏହି ସୂଚନା ମଧ୍ୟ ଦେଇଛନ୍ତି ଯେ, ଛତିଶିଗଡ ଓ ଝାରଖଣ୍ଡରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବ ଢି ଚାଲିଛି ତାକୁ ଦୃଷ୍ଟିରେ ରଖି କିପରି ପ୍ରସ୍ତୁତି କରାଯିବ , ସେଥିପାଇଁ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଯାଇଛି । ଦ୍ୱିତୀୟ କୋଭିଡ ହସ୍ପିଟାଲରେ ୩୦୦ ବେଡ ଓ ୫୦ ଟି ଆଇସିୟୁ ବିଶିଶ୍ଟ କୋଭିଡ ହସ୍ପିଟାଲ ବନାଯିବ । ଆସନ୍ତା ୧୦ ଦିନ ଭିତରେ ବୁର୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking