29.1 C
Bhubaneswar
Sunday, May 19, 2024
Homeଓଡିଶାରେଳଷ୍ଟେସନରେ ଆରଟିପିସିଆର ପରୀକ୍ଷା କେନ୍ଦ୍ର

ରେଳଷ୍ଟେସନରେ ଆରଟିପିସିଆର ପରୀକ୍ଷା କେନ୍ଦ୍ର

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ରେଳଷ୍ଟସନରେ ଆରଟିପିସିଆର ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ଅଗ୍ରଣୀ ସ୍ୱଚ୍ଛୋସେବୀ ଅନୁଷ୍ଠାନ ଐରାର ମିଳିତ ସହଯୋଗରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି । ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ମାନଙ୍କ ନିମନ୍ତେ ତତ୍‌କ୍ଷଣାତ ଆରଟିପିସିଆର ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି । ଗତ ସୋମବାର ଦିନ ୨୪ ଜଣଙ୍କ, ମଙ୍ଗଳବାର ଦିନ ୩୯ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଛି । ନୁଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ, ଦୁର୍ଗ-ପୁରୀ, ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଓ ବଲାଙ୍ଗିରି-ଭୁବନେଶ୍ୱର ରୁ ଆସିଥିବା ଯାତ୍ରୀମାନଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ଜିଲ୍ଲାପାଳ ଶ୍ରଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ତତ୍ୱବଧାନରେ ସ୍ୱାସ୍ଥ୍ୟ ବିଭାଗ ଓ ଷ୍ଟେସନର କର୍ମଚାରୀମାନଙ୍କ ମିଳିତ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ । ଐରା ସଂଗଠନର ପ୍ରଦ୍ୟୁମ୍ନ କୁମାର ପଣ୍ଡା, ତପସ୍ୱିନୀ ନାୟକ, ରଞ୍ଜିତା ମହାକୁଡ, ମହେଶ ପ୍ରଧାନ, ରାକେଶ ବାରିକ, ସୁଶାନ୍ତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking