34.1 C
Bhubaneswar
Friday, March 29, 2024
Homeଓଡିଶାପାନୀୟଜଳ ଚିନ୍ତାରେ ଭୁବନ ଅଚଂଳବାସି

ପାନୀୟଜଳ ଚିନ୍ତାରେ ଭୁବନ ଅଚଂଳବାସି

ଢେଙ୍କାନାଳ: ଏସିଆ ମହାଦେଶର ସର୍ବବୃହତ ଗ୍ରାମରେ ପରିଚିତ ହେଉଛି ଏହି ଭୁବନ ଅଚଂଳ । ଭୁବନ ଏନଏସିରେ ଥିବା ୧୫ ଟି ୱାର୍ଡରେ ଜଳସ୍ତର ହ୍ରାସ ପାଇବା ଯୋଗୁଁ ଦିନକୁ ଦିନ ପାନୀୟଜଳ ସମସ୍ୟା ବଢିବାରେ ଲାଗିଛି । ସେହି ଅଚଂଳରେ ଥିବା କୁଅ, ପୋଖରୀ ଗୁଡିକ ଶୁଖିଯିବା ଫଳରେ ସମସ୍ତ ୱାର୍ଡରେ ପାନୀୟ ଜଳ ସଙ୍କଟର ସମୁଖିନ ହେଉଛନ୍ତି ଜନସାଧାରଣ । ଭୁବନ ଏନଏସିରେ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ପ୍ରଶାସନ ଆବଶ୍ୟକତାଠାରୁ କମ୍ ପାନୀୟଜଳ ସଂଗ୍ରହ କରୁଥିବା ଏହି ଅସୁବିଧା ଦେଖାଯାଉଥିବା କୁହାଯାଉଛି । ଆଗାମୀ ଦିନ ଗ୍ରୀଷ୍ମପ୍ରବାହ ବଢିବା ନେଇ ପାନୀୟ ଜଳସମସ୍ୟାକୁ ନେଇ ଅଚଂଳବାସୀ ଚିନ୍ତାରେ ପଡିଛନ୍ତି ।
ଭୁବନ ଏନଏସିର ୧୫ ଟି ୱାର୍ଡରେ ୧୨୧ ଟି ନଳକୁପ, ୫୭ ଟି ଖୋଲା କୁଅ, ୧୧ ଟି ପୋଖରୀ ଥିବାବେଳେ ପାଇପ ପାଣି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ୯୭ ଟି ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା କରାଯାଇଛି । ଏନଏସି ବାସିନ୍ଦାଙ୍କ ପାଇଁ ୦୩.୦୧ ମିଲିୟନ ପାନୀୟ ଜଳ ଆବଶ୍ୟକ ପଡୁଥିବାବେଳେ ଜନସ୍ୱାସ୍ଥ୍ୟ ବିଭାଗ ଦୈନିକ ୦୨.୦୫ ମିଲିୟନ ପାନୀୟ ଜଳ ବ୍ରାହ୍ମଣୀ ନଦୀର ଶାଖା ରଙ୍ଗମାଟିଆ ନାଳ ନିକଟରୁ ସଂଗ୍ରହ କରୁଛି । ବିଭିନ୍ନ କାରଣରୁ ସ୍ଥାନୀୟ ଅଚଂଳରେ ଥିବା ନଳକୁପ, କୁଅ ଗୁଡିକ ଶୁଖିଯାଉଥିବା ଜଣାପଡିଛି । ଯାହାକି ପାନୀୟ ଜଳ ସଂଗ୍ରହ କରାଯାଇପାରୁନାହିଁ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ନେଇ ପୋଖରୀ ଗୁଡିକ ଶୁଖିବାକୁ ଲାଗିଲାଣି । ଗୋଡିପାଟଣା ଠାରେ ପାନୀୟ ଜଳ ଯୋଗଣ ନିମନ୍ତେ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ମାତ୍ର ବିଦ୍ୟୁତ ସଂଯୋଗ ନହେବାୁ ଏହା କାମରେ ଲାଗୁନି । ଯାହାକୁ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମୁଖିନ ହେବାକୁ ପଡୁଛି । ତେବେ ଆଗାମୀ ଦିନ ଜଳ ସମସ୍ୟା ଦୁର ନହେଲେ ଆନ୍ଦୋଳନ ତୀବ୍ରତର ହେବବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking