29.1 C
Bhubaneswar
Saturday, April 27, 2024
Homeଅପରାଧଆଇପିଏଲ ବେଟିଂ ବେଳେ ପୋଲିସର ଚଢଉ,୫ ଗିରଫ

ଆଇପିଏଲ ବେଟିଂ ବେଳେ ପୋଲିସର ଚଢଉ,୫ ଗିରଫ

ସମ୍ବଲପୁର : ସମ୍ବଲପୁର ସହରର ୪ଟି ଥାନାର ପୋଲିସର ଚଢଉ। ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଇପିଏଲ ବେଟିଂ ଚାଲୁଥିବା ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି । ଗତକାଲି ସମ୍ବଲପୁର ପୋଲିସର ୩ଟି ସ୍ୱତନ୍ତ୍ର ଦଳ ଆଇପିଏଲ ବେଟିଂ ଚାଲିଥିବା ସ୍ଥାନରେ ଚଢଉ କରି ୫ ଜଣଙ୍କୁ ଗିରଫ କରି ସେମାନଙ୍କ ପାଖରୁ ୧୫ ହଜାର ୧୫୦ ଟଙ୍କା, ୫ଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଚଢ଼ଉ ସମୟରେ ଦୁର୍ଗାପାଲିର ସୋମନାଥ ଘୋଷ, ସାକ୍ଷୀପଡ଼ାର ବିନୋଦ,ସୋରେନ ସୁନାପାଲିର ବିକାଶ,ରାଉତ ମୁଙ୍ଗାପଡ଼ାର ରାକେଶ,ନିଖାତିଆ ଓ ତଅଁଲାପଡ଼ାର ,ବାବଲୁ ପ୍ରଧାନକୁ ଗିରଫ,କରାଯାଇଛି। ଏହି ମାମଲାରେ କ୍ଷେତରାଜପର ଥାନା, ଧନୁପାଲି ଥାନା, ଅଇଁଠାପାଲି ଥାନାରେ ଏବଂ ଟାଉନ ଥାନାରେ ମାମଲା ରୁଜୁହୋଇଛି। ଏହି ଅଭିଯକ୍ତମାନଙ୍କୁ ଅନଲାଇନ ବେଟିଂ ସାଇଟ ଜରିଆରେ ଏହି କାଣ୍ଡ ଭିଆଇ ନିରୀହ ଲୋକଙ୍କୁ ଠକୁଥିଲେ ବୋଲି ପୋଲିସ କହିଛି। ସହରର ଅନେକ ସ୍ଥାନରେ ବେଟିଂ ଚାଲୁଥିବା ବେଳେ ଏହି ବେଆଇନ ବେଟିଂରେ କିଏ ମାଷ୍ଟର ମାଇଣ୍ଡ ତାକୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking