ଦିନକରେ ୪୯,୯୦୯ କରୋନା ଟେଷ୍ଟ

corona

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୪୯ ହଜାର ୯୦୯ କରୋନା ଟେଷ୍ଟ ହୋଇଛି । ଆରଟିପିସିଆରରେ ୮୦୫୧ ହୋଇଥିବା ବେଳେ ୪୧୭୨୯ ଓ ଟ୍ରୁନଟରେ ୧୨୯ ହୋଇଛି । ସୂଚନାଯୋଗ୍ୟ କିଛିମାତ୍ରାରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ଏବେ ବି ଦେଶରେ କରୋନା ସଂକ୍ରମଣ ରହିଛି । ଦେଶରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫ ହଜାର ୫୨୬କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬କୁ ବୃଦ୍ଧି ପାଇଛି । ସେହିଭଳି ଦିନକରେ ୭୮,୫୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୭୧ ଜଣଙ୍କର ଗୋଟିଏ ଦିନରେ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଏବେ ଆକ୍ଟିଭ କେସ ୯,୦୨,୪୨୫ ରହିଥିବା ବେଳେ ୫୮,୨୭,୭୦୫ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here