38.1 C
Bhubaneswar
Friday, April 26, 2024
Homeଓଡିଶାକଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଗଡିଆଯୋର ଅଞ୍ଚଳରେ ଗେଣ୍ଡା ଆତଙ୍କ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଗଡିଆଯୋର ଅଞ୍ଚଳରେ ଗେଣ୍ଡା ଆତଙ୍କ

କଳାହାଣ୍ଡି: କଳାହାଣ୍ଡି,କ୍ଷେତ୍ର ପରିଦର୍ଶନ କଲେ ଉଦ୍ୟାନ କୃଷି ଅଧିକାରୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଗଡିଆଯୋର ଅଂଚଳରେ ଗେଣ୍ଡା ଆତଙ୍କ । ଏହି ଅଂଚଳରେ ଚାଷୀ ମାନେ ବ୍ୟାପକ ପରିମାଣରେ ବିଭିନ୍ନ ପ୍ରକାର ପନି ପରିବା ଚାଷ କରିଥାନ୍ତି । ତେବେ ଏହି ପନିପରିବା ଚାଷ ରେ ବର୍ତମାନ ଦେଖାଦେଇଛି ଗେଣ୍ଡା ଙ୍କ ପ୍ରାର୍ଦୁଭାବ । ପନିପରିବା କିଆରିରେ ଗେଣ୍ଡା ପଶି ରାତା ରାତି ଏକର ଏକର ପରିବା ଚାଷ ନଷ୍ଟ କରି ଦେଉଛନ୍ତି । ଗଡିଆଯୋର ଅଂଚଳରେ ଶତାଧିକ ଚାଷି ଫୁଲ କୋବି, ଲଙ୍କା, ବାଇଗଣ, କାଙ୍କଡ, କାକୁଡି ଭଳି ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଆଖ ପାଖ ଅଂଚଳକୁ ପରିବା ଯୋଗାଇଥାନ୍ତି ଏବଂ ଏହି ଅଂଚଳର ପରିବା ର ଚାହିଦା ଜିଲ୍ଲା ରେ ବେଶ ଭଲ ରହିଛି । ତେବେ ଚଳିତ ବର୍ଷ ଗେଣ୍ଡା ଉପଦ୍ରବ ଯୋଗୁଁ ସବୁ ନଷ୍ଟ ହେବାକୁ ବସିଲାଣି । କେବଳ ଗଡିଆଯୋର ଗ୍ରାମରେ ଚାଷି ମାନେ ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ କୋବି ଚାରା ରୋପଣ କରିଛନ୍ତି । ଯାହାକି ସେହି ଚାରା ରେ ମଧ୍ୟ ଗେଣ୍ଡା ଙ୍କ ଉପସ୍ଥିତି ଚାଷୀ ଙ୍କ ସମସ୍ୟା କୁ ଦ୍ୱିଗୁଣିତ କରିଦେଇଛି । ଚାଷୀ ଙ୍କ ଏହି ସମସ୍ୟା ଅବଗତ ହେବାପରେ ଉଦ୍ୟାନ ବିଭାଗର ଅଧିକାରୀ ମାନେ ସେହି ଅଂଚଳକୁ ପହଂଚି ଏହାର ନିରିକ୍ଷଣ କରିଛନ୍ତି । ଏବଂ ଚାଷୀ ମାନଙ୍କୁ ଏହାର ପ୍ରତିକାର ପାଇଁ ବିଭିନ୍ନ ପ୍ରକାର ପରାମର୍ଶ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking