ରାଜଭବନ ପେଟ୍ରୋଲ ପମ୍ପ ଅଂଚଳ ବିପଦମୁକ୍ତ

ଭୁବନେଶ୍ୱର: ଗତକାଲି ରାଜଭବନ ପେଟ୍ରୋଲ ପମ୍ପ ରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ରାଜଭବନ ପେଟ୍ରୋଲ ପମ୍ପ ଅଂଚଳ ବିପଦମୁକ୍ତ ରହିଛି । ଏନେଇ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି । କାଲିର ବିସ୍ଫୋରଣ ପରେ ଟ୍ୟାଙ୍କରରୁ ଏଲପିଜି ଗ୍ୟାସ ବାହାର କରାଯାଇଛି । ବିଳମ୍ବିତ ରାତିରେ ଆଇଓସିଏଲ ଟିମ୍ ଗ୍ୟାସ୍ ନିଷ୍କାସନ କରିଛନ୍ତି । ଏବେ ଆଉ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅଗ୍ନିଶମ ଡିଜି । କାଲି ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here