28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଶ୍ରୀମନ୍ଦିରରୁ ୪୦୪ ପଜିଟିଭ

ଶ୍ରୀମନ୍ଦିରରୁ ୪୦୪ ପଜିଟିଭ

ଭୁବେନଶ୍ୱର: ଶ୍ରୀମନ୍ଦିର ଖୋଲିବା ସଂପର୍କରେ ହାଇକୋର୍ଟରେ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ସେପ୍ଟେମ୍ବର ୨୩ ସୁଦ୍ଧା ୩୩୨ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୩୭୯ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୪୭ ଜଣ ମନ୍ଦିର ପ୍ରଶାସନ କର୍ମଚାରୀ ରହିଛନ୍ତି । ଏତେ ସଂଖ୍ୟକ ସେବାୟତ ସଂକ୍ରମିତ ସତ୍ତ୍ୱେ ନୀତିକାନ୍ତି ଚାଲୁ ରହିଛି । ଏମିତି ସଂକ୍ରମଣ ଜାରି ରହିଲେ ମନ୍ଦିର ନୀତିକାନ୍ତି ପ୍ରଭାବିତ ହୋଇପାରେ । ଏଭଳି ପରିସ୍ଥିତିରେ କୌଣସି ଉପାସନା ପୀଠ ନ ଖୋଲିବାକୁ ନିଷ୍ପତ୍ତି ହୋଇଛି ।
ଅନ୍ୟପଟେ ଶ୍ରୀମନ୍ଦିର ସହ ସଂପୃକ୍ତ ମୋଟ ୪୦୪ ଜଣ କରୋନା ସଂକ୍ରମିତ ହୋଇଥିବା ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ପ୍ରଦାନ କରିଛନ୍ତି । ଏଯାବତ ମୋଟ ୪୦୪ ଜଣ ସେବାୟତ, କର୍ମଚାରୀ ସଂକ୍ରମିତ ହେଲେଣି । ୩୫୧ ସେବାୟତ ଓ ୫୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking