31.1 C
Bhubaneswar
Tuesday, April 30, 2024
Homeଓଡିଶାବଜ୍ରାଘାତରେ ଚାଲିଗଲା ୪ ଜୀବନ

ବଜ୍ରାଘାତରେ ଚାଲିଗଲା ୪ ଜୀବନ

କେନ୍ଦ୍ରାପଡ଼ା: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ଆଜି ଅପରାହ୍ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ମୃତକମାନେ ହେଲେ ଶିବ ପ୍ରସାଦ ସାହୁ (୬୫), ଆଶୁତୋଷ ଜେନା(୧୭), ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ (୭୦) ଓ ଅନିଲ ବେହେରା(୩୬) । ଆଜି ଅପରାହ୍ନରେ ହୋଇଥିବା ବଜ୍ରପାତରେ ତଳକୁସୁମା ପଞ୍ଚାୟତର ବାରୁଣା ଗ୍ରାମର ଶିବ ପ୍ରସାଦ ସାହୁଙ୍କର ମୁଗ ବିଲରେ କାମ କରୁଥିଲେ । ଏହି ସମୟରେ କାଳବୈଶାଖି ଜନିତ ଝଡ଼ ବର୍ଷା ସହିତ ଘନଘନ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଶିବ ପ୍ରସାଦ ବିଲରେ ଟଳି ପଡ଼ିଥିଲେ । ଗ୍ରାମବାସୀ ତାଙ୍କ ୪ ପୁଅ ବାହାରେ ରହୁଥିବାରୁ ଶିବ ପ୍ରସାଦଙ୍କୁ ପାଟକୁରା ମେଡ଼ିକାଲକୁ ଆଣଇଥିଲେ । ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତଳକୁସୁମା ପଞ୍ଚାୟତର ବଙ୍ଗାରୀ ଗ୍ରାମର ଆଶୁତୋଷ ଜେନା ଓ ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ସନ୍ଧ୍ୟା ୫ଟା ବେଳେ ହୋଇଥିବା କାଳବୈଶାଖି ଝଡ଼ ବର୍ଷା ଓ ବଜ୍ରପାତର ଶିକାର ହୋଇଥିଲେ । ଆଶୁତୋଷ ନିକଟସ୍ଥ ଲୋକନାଥ ମହାବିଦ୍ୟାଳୟର ଯୁକ୍ତ ୨ ଶେଷ ବର୍ଷ ଛାତ୍ର ଥିଲେ । ଏବେ +୨ କଳାରେ ପରୀକ୍ଷା ଦେଇଥିଲେ । ତାଙ୍କ ଘର ସମ୍ମୁଖରେ ପରିସ୍ରା ଯାଇଥିବାବେଳେ ବଜ୍ରପାତ ହୋଇଥିଲା । ଘର ଦୁଆର ମୁହଁରେ ତାଙ୍କ ମା ମଧ୍ୟ ଉପସ୍ଥିତ ଥିଲେ । ମା ପୁଅକୁ ଘରକୁ ପଳାଇ ଆସିବାକୁ ଡ଼ାକୁଥିବାବେଳେ ବଜ୍ରପାତରେ ଆଶୁତୋଷଙ୍କ ବାମ ପଟ ଜଳି ଯାଇଥିଲା । ସେ ସେହିଠାରେ ଟଳି ପଡ଼ିଥିଲେ । ସେହିପରି ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ଛାତ ଉପରେ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଛାତ ଉପରେ ବଜ୍ରପାତ ହେବାରୁ ସେ ମଧ୍ୟ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟକୁରା ମେଡ଼ିକାଲକୁ ଅଣାଯାଇଥିଲା । ବିଶେଷଜ୍ଞ ଡ଼ ହିମାଂଶୁ ଭୁଷଣ ଷଡ଼ଙ୍ଗୀ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking