34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଓଡ଼ିଶାରେ କମିଛି ଆନ୍ଥ୍ରାକ୍ସ ପ୍ରାଦୁର୍ଭାବ; ୧୫ ବର୍ଷ ପୂର୍ବେ ଉପରମୁହାଁ ଥିଲା ଗ୍ରାଫ

ଓଡ଼ିଶାରେ କମିଛି ଆନ୍ଥ୍ରାକ୍ସ ପ୍ରାଦୁର୍ଭାବ; ୧୫ ବର୍ଷ ପୂର୍ବେ ଉପରମୁହାଁ ଥିଲା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ ଆନ୍ଥ୍ରାକ୍ସକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ କମିଛି ଆନ୍ଥ୍ରାକ୍ସ ପ୍ରାଦୁର୍ଭାବ । କେନ୍ଦ୍ର ସରକାରଙ୍କ ୱାନ ହେଲ୍ଥ କାର୍ଯ୍ୟକ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ଆନ୍ଥ୍ରାକ୍ସ ପ୍ରବଣ ଜିଲ୍ଲାରେ ରୋଗୀକୁ ନେଇ ଆଦିବାସୀଙ୍କ ମଧ୍ୟରେ ସଚେତନତା ବଢିଛି । ଆନ୍ଥ୍ରାକ୍ସ ଆକ୍ରାନ୍ତଙ୍କ ବେସ ଲାଇନ ଏବଂ ଏଣ୍ଡ ଲାଇନ ମଧ୍ୟରେ ସର୍ଭେ କରାଯାଇଥିଲା । ଯେଉଁଥିରେ ଆନ୍ଥ୍ରାକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହେଉଥିବା ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) କରିଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଆରଏମଆରସି ପକ୍ଷରୁ କରାଯାଇଥିବା ସର୍ଭେରେ ଆନ୍ଥ୍ରାକ୍ସ ପ୍ରଭାବିତ ଜିଲ୍ଲାଗୁଡିକରେ ଅନୁଷ୍ଠିତ ବେସ ଲାଇନ ସର୍ଭେରେ ୨୬୭୦ ଲୋକଙ୍କୁ ସାମିଲ କରାଯାଇଥିଲା ।

ଏହାସହ ଏଣ୍ଡ ଲାଇନ ସର୍ଭେରେ ୨୫୧୧ ଲୋକଙ୍କୁ ସାମିଲ କରାଯାଇଥିଲା । ୧୮ ବର୍ଷରୁ ଅଧିକ ଏସଟି, ଏସସି ଏବଂ ପଛୁଆ ବର୍ଗର ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ସର୍ଭେରେ ସାମିଲ ୫୦ ପ୍ରତିଶତ ଅଶିକ୍ଷିତ ରହିଥିଲେ । ସୂଚନା ଅନୁସାରେ, ସର୍ଭେରେ ସାମିଲ ହୋଇଥିବା ୫୦ ପ୍ରତିଶତ ଚାଷ କାର୍ଯ୍ୟ, ପଶୁପାଳନ ଉପରେ ବିଶେଷ ଭାବରେ ନିର୍ଭର କରିଥାନ୍ତି । ୱାନ ହେଲଥ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ଆନ୍ଥ୍ରାକ୍ସ ସମ୍ପର୍କରେ ଲୋକଙ୍କୁ ସଚେତନତା ହାର ବୃଦ୍ଧି ପାଇଛି । ଯାହା ପୂର୍ବରୁ ୨୦.୨୬ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାର ହାର ରହିଛି ୫୩. ୬୪ ପ୍ରତିଶତ । ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୨୧.୯ ପ୍ରତିଶତ ଲୋକ ନିଜ ଗୃହପାଳିତ ପଶୁଙ୍କୁ ଟୀକାକରଣ କରୁଥିଲେ ।

ଏବେ ପଶୁଙ୍କୁ ଟୀକାକରଣ ବୃଦ୍ଧି ପାଇ ୬୬.୫ ପ୍ରତିଶତରେ ପହଞ୍ଚିଛ । ଆନ୍ଥ୍ରାକ୍ସ ବ୍ୟାକ୍ଟେରିଆ ବିଶେଷ ଭାବରେ ମାଟିରେ ସୃଷ୍ଟି ହୋଇଥାନ୍ତି । ପରବର୍ତ୍ତୀ ସମୟରେ ଗୃହପାଳିତ ପଶୁମାନଙ୍କୁ ସଂକ୍ରମିତ କରିଥାଏ । ସେହି ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ଆସିବା ପରେ ମଣିଷମାନଙ୍କ ଶରୀରରେ ବ୍ୟାପିଥାଏ । ତେବେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ଆରଏମଆରସି ସର୍ଭେ କରିଥିଲା । ପ୍ରତି ପଞ୍ଚାୟତରେ ୪ଟି ଗ୍ରାମର ଲୋକଙ୍କ ଠାରୁ ଆନ୍ଥ୍ରାକ୍ସ ତଥ୍ୟ ସଂଗ୍ରହ କରାଯାଇଥିଲା । ସେମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା । ମୋଟ ୧୧୨ଟି ଗ୍ରାମରୁ ନମୁନା ସଂଗ୍ରହ କରାଯାଇଥିଲା । ତେବେ ୧୫ ବର୍ଷ ପୂର୍ବେ ଓଡ଼ିଶାରେ ୩୦ଟି ଜିଲ୍ଲାରୁ ଅନ୍ୟୁନ ୧୪ଟି ଜିଲ୍ଲା ଆନ୍ଥ୍ରାକ୍ସ ପ୍ରବଣ ରହିଥିଲା । ସେଥିରୁ ୧୩୦୦ ଲୋକ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଥିଲେ । ଏହାସହ ୪୩୬ ଲୋକଙ୍କର ଜୀବନ ଯାଇଥିଲା । ବିଶେଷ କରି ମାଲକାନଗିରି, ରାୟଗଡ଼ା, କୋରାପୁଟ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ମାତ୍ରାରେ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ଅଧିକ ରହିଥିଲେ । କେବଳ କୋରାପୁଟ ଜିଲ୍ଲାରେ ୩୦୦ ଲୋକଙ୍କୁ ଆନ୍ଥ୍ରାକ୍ସ ଆକ୍ରାନ୍ତ ଏବଂ ୧୦ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking