34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଗର୍ଭବତୀ ଝିଅକୁ ଆଶ୍ରୟ ଦେବାରୁ ଶ୍ୱଶୂରକୁ ହତ୍ୟା କଲା ଜ୍ୱାଇଁ

ଗର୍ଭବତୀ ଝିଅକୁ ଆଶ୍ରୟ ଦେବାରୁ ଶ୍ୱଶୂରକୁ ହତ୍ୟା କଲା ଜ୍ୱାଇଁ

ଗଜପତି: ଶ୍ୱଶୁରକୁ ହତ୍ୟା କଲା ଜ୍ୱାଇଁ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନାପୁଟ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଝିଅକୁ ଘରେ ରଖିବାକୁ କେନ୍ଦ୍ର କରି ଶ୍ୱଶୁରଙ୍କୁ ଜ୍ୱାଇଁ ଛୁରାମାଡ କରି ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ଜ୍ୱାଇଁକୁ ଖୋଜୁଛି ପୋଲିସ । ଅନ୍ୟପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଆଉ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି । ବିଲ ଭିତରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । କେହି ତାଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନାପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ଶ୍ୱଶୁରଙ୍କୁ ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ବାସନାପୁଟ ଗ୍ରାମର ରାମଚନ୍ଦ୍ରଙ୍କ ଝିଅଙ୍କୁ ସାତୁ ପ୍ରସକା ବିବାହ କରିଥିଲେ । ରାମଚନ୍ଦ୍ରଙ୍କ ଝିଅ ଗର୍ଭବତୀ ଅବସ୍ଥାରେ କୌଣସି କାରଣରୁ ନିଜ ବାପଘରକୁ ଚାଲିଆସିଥିଲେ । ବାପା ଘରେ ଝିଅକୁ ଆଶ୍ରୟ ଦେଇଥିବା ବେଳେ ଏଥିରେ ଉତକ୍ଷିପ୍ତ ହୋଇ ଶ୍ୱଶୁରଙ୍କ ଉପରକୁ ଆକ୍ରମଣ କରିଥିଲେ ଜ୍ୱାଇଁ । ରାମଚନ୍ଦ୍ର ନିଜ ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ଦୌଡି ପଳାଉଥିବା ବେଳେ ନିଜ ଘର ଠାରୁ ୫୦ ମିଟର ଦୂରରେ ତାଙ୍କ ମୃତଦେହ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ । ଅନ୍ୟପଟେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି । ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଯାଇଥିବା ବେଳେ ପୋଲିସ ଖୋଜାଖୋଜି ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking