26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶସଡକ ଦୁର୍ଘଟଣାରେ ୪ ବିଜେପି ନେତାଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ୪ ବିଜେପି ନେତାଙ୍କ ମୃତ୍ୟୁ

ଅଗରତାଲା : ଦକ୍ଷିଣ ତ୍ରିପୁରା ର ଗୋମତି ଜିଲ୍ଲାରେ ଏକ ଗାଡି ଓଲଟି ଯିବାରୁ ୩ ମହିଳାଙ୍କ ସହିତ ୪ ଜଣ ବିଜେପି ନେତାଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ୮ ଜଣ ଲୋକ ଆହାତ ହୋଇଛନ୍ତି । ପୋଲିସ ଆଜି ସକାଳେ, ଏହି ଘଟଣାର ସୂଚନା ଦେଇଛି । ପୋଲିସ ଅଧିକାରୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ଅନ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ୩ ଜଣ ମହିଳା ଏକ ଟ୍ରକରେ ବସି ନିଜ ଘରକୁ ଫେରୁଥିଲେ । ଅଚାନକ ଟ୍ରକଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା ।

ଗୁରୁତର ଆହତ ହୋଇଥିବା ଆଠ ଜଣ ବିଜେପି କର୍ମଚାରୀଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତ ଉର୍ବଶୀ କାନିଆ ଜାମାଟିଆ (୪୫), ମମତା ରାନୀ ଜମାଟିଆ (୨୬), ରାଖନା ଦେବୀ ଜମାଟିଆ (୩୦) ଏବଂ ଗହିନ କୁମାର ଜାମତିଆ (୬୫) ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହ ୬ ଏପ୍ରିଲକୁ ତ୍ରିପୁରା ଜନଜାତୀୟ କ୍ଷେତ୍ର ସ୍ୱୟତ୍ତ ଜିଲ୍ଲା ପରିଶଦ ନିର୍ବାଚନ ପାଇଁ ଆୟୋଜିତ ଏକ ସାର୍ବଜନୀକ ବୈଠକରେ ଯୋଗ ଦେବା ପାଇଁ ଯାଇ , ନିଜ ଘରକୁ ଫେରୁଥିଲେ ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବିପ୍ଲାବ କୁମାର ଦେବ ଏବଂ ବିଜେପି ରାଜ୍ୟ ସଭାପତି ମାଣିକ ସାହା ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking